Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଲକ୍ଷ୍ମୀପୁର ଖେରିକାଣ୍ଡ: ଚାଷୀଙ୍କୁ SITଙ୍କ ପଚରାଉଚରା, ସେପଟେ ବିଜେପି ନେତାଙ୍କ ସମେତ ଆଉ ୪ ଗିରଫ, ବନ୍ଧୁକ ଓ ଗୁଳି ଜବତ

19/10/2021 at 3:48 PM

ଲକ୍ଷ୍ମୀପୁର ଖେରୀ ୧୯।୧୦: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ତିକୁନିଆରେ ଚାଷୀଙ୍କୁ ଗାଡ଼ି ମଡାଇ ହତ୍ୟା ମାମଲାରେ ତଦନ୍ତକରୁଥିବା ବିଶେଷ ଯାଞ୍ଚ ଦଳ(ଏସଆଇଟି) ଏବେ ସ୍ଥାନୀୟ ଚାଷୀଙ୍କୁ ତଦନ୍ତ ପରିସରଭୁକ୍ତ କରିଛି। ମାମଲାରେ ଦୁଇଟି ଏତଲା ରୁଜୁ ହୋଇଛି। ଗୋଟିଏ ଏତଲା ଚାଷୀଙ୍କ ପକ୍ଷରୁ ହୋଇଥିବା ବେଳେ ଅନ୍ୟଟି ସ୍ଥାନୀୟ ବିଜେପି ନେତା ସୁମିତ ଜୟସ୍ୱାଲ ରୁଜୁ କରିଥିଲେ। ଜୟସ୍ୱାଲ ସେହି ବ୍ୟକ୍ତି ଯିଏ ଚାଷୀଙ୍କ ଉପରେ ମାଡ଼ି ଯାଉଥିବା ‘ଥର’ ଏସୟୁଭିର ଦ୍ୱାର ଖୋଲି ଗାଡ଼ିରୁ ଡେଇଁ ପଳାଉଥିବାର ଫଟୋ ଭାଇରାଲ ହୋଇଥିଲା।

ଜୟସ୍ୱାଲହିଁ ସେହି ଏତଲାକାରୀ ଯିଏ ତାଙ୍କ ବାହନ ଚାଳକ, ବନ୍ଧୁ ଓ ୨ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅଜ୍ଞାତ ଚାଷୀଙ୍କ ପିଟିପିଟି ହତ୍ୟା କରିଦେଇଥିବାର ପୋଲିସରେ ଅଭିଯୋଗ କରିଥିଲେ। ଏଥିରେ ବିକ୍ଷୋଭକାରୀ ଚାଷୀମାନେ ବିଜେପି ନେତା ଆଶିଷ ମିଶ୍ରଙ୍କ କାରକେଡ ଉପରେ ଆକ୍ରମଣ କରିଥିଲେ ବୋଲି ସେ ଉଲ୍ଲେଖ କରିଥିଲେ। ସେହିପରି ଗାଡିଗୁଡିକ ଚାଲୁନଥିବା ବେଳେ ବିକ୍ଷୋଭକାରୀ ଆକ୍ରମଣ କରିଥିବାର ସେ ଦାବି କରିଥିଲେ। ଚାଷୀମାନେ ସେମାନଙ୍କୁ ଗାଳି ଦେଉଥିବା ସହ ଖାଲିସ୍ତାନ ଜିନ୍ଦାବାଦ କରୁଥିବାର ମଧ୍ୟ ଅଭିଯୋଗରେ ଉଲ୍ଲେଖ କରିଥିଲେ। ତେବେ ମାମଲାର ଏସଆଇଟି ଯାଞ୍ଚ ନିର୍ଦ୍ଦେଶ ଦିଆଯିବା ପରଠାରୁ ସେ ଫେରାର ଥିଲେ।

ଲକ୍ଷ୍ମୀପୁର ଖେରୀ କ୍ରାଇମବ୍ରାଞ୍ଚ ପୋଲିସ ସୁମିତ ଜୟସ୍ୱାଲ, ଶିଶୁପାଳ, ନନ୍ଦନ ସିଂହ ବିଷ୍ଟ ଓ ସତ୍ୟପ୍ରକାଶ ତ୍ରିପାଠୀଙ୍କୁ ସୋମବାର ବିଳମ୍ବିତ ରାତ୍ରିରେ ଗିରଫ କରିଥିବା ଏଡିଜି ପ୍ରଶାନ୍ତ କୁମାର ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଫେରାର ସୁମିତ ଜୟସ୍ୱାଲ ଥିବା ବେଳେ ସତ୍ୟପ୍ରକାଶ ତ୍ରିପାଠୀଙ୍କୁ ଗିରଫ ବେଳେ ଗୋଟିଏ ରିଭଲଭର ଓ ୩ଟି ଗୁଳି ଜବତ ହୋଇଥିବାର କହିଛନ୍ତି।

ଜୟସ୍ୱାଲଙ୍କ ଏତଲା ଆଧାରରେ ଏସଆଇଟି ଅନୁନ୍ୟ ୫୦ ଜଣ ଚାଷୀଙ୍କୁ ପଚରା ଉଚରା ଲାଗି ଡକାଇଥିବା ବେଳେ ସୋମବାର ୧୫ ଜଣ ଚାଷୀ ହାଜର ହୋଇଥିଲେ। ଚାଷୀଙ୍କ ପକ୍ଷର ଓକିଲ ମହମ୍ମଦ ଅମାନଙ୍କ ଉପସ୍ଥିତିରେ ଏସଆଇଟି ୧୧ ଜଣଙ୍କ ବୟାନ ରେକର୍ଡ କରିଥିବା ଭାରତୀୟ ଶିଖ ସଙ୍ଗଠନ ଅଧ୍ୟକ୍ଷ ଯଶବୀର ସିଂହ ବିର୍କ ଗଣମାଧ୍ୟମଙ୍କୁ କହିଛନ୍ତି। ମାମଲାରେ ଚାଷୀ ତଦନ୍ତକାରୀ ଦଳଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ବେଳେ ନୋଟିସ୍‌ ଅନୁସାରେ ଅନ୍ୟଚାଷୀ ମଧ୍ୟ ଏସଆଇଟିରେ ହଜାର ହେବେ ବୋଲି କହିଛନ୍ତି। ସେହିପରି ଉଭୟ ଏତଲାର ଏବେ ଯାଞ୍ଚ ହେଉଥିବାର ଏସଆଇଟି କହିଛି।  

   Related Posts