ପାରିବାରିକ କଳହର କରୁଣ ପରିଣତି, ୨ଶିଶୁଙ୍କୁ କୂଅକୁ ଠେଲି ମାଆର ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | July 17, 2021 IST

କନ୍ଧମାଳ ୧୭।୦୭: ଜି ଉଦୟଗିରିରେ ପାରିବାରିକ କଳହର କରୁଣ ପରିଣତି । ଦୁଇ ଶିଶୁଙ୍କୁ କୂଅକୁ ଠେଲି ମାଆର ଆତ୍ମହତ୍ୟା ଉଦ୍ୟମ । ତେବେ ଦୁଇ ଶିଶୁଙ୍କ ମୃତ ହେବା ସହ ଗୁରୁତର ଅବସ୍ଥାରେ ମାଆକୁ ରାଈକିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ରାଈକିଆ ଖ୍ରୀଷ୍ଟିଆନ ସାହିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ରାଈକିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାର ପ୍ରକୃତ କାରଣ ପାରିବାରିକ କଳହ ନାଁ ଆଉ କିଛି ତା ତଦନ୍ତ ପରେ ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.