Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||

ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଘରକୁ ଘର ବୁଲି ସ୍ୱାସ୍ଥ୍ୟାବସ୍ଥା ହେବ ଯାଞ୍ଚ୍

9/06/2021 at 7:38 AM

ଗଞ୍ଜାମ, ୦୯|୦୬:  ବୁଧବାର ଠାରୁ ଗଞ୍ଜାମ ଜିଲ୍ଲାରେ ଘରକୁ ଘର ବୁଲି ଶିଶୁ ମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବେ ସ୍ବାସ୍ଥ୍ୟକର୍ମୀ। ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ଏହି ପ୍ରକ୍ରିୟା ଆଗାମୀ ୩ ମାସ ପର୍ଯ୍ୟନ୍ତ ଚାଲୁ ରହିବ। ଆଶାକର୍ମୀ, ଏ.ଏନ୍.ଏମ୍. ଏବଂ ଅଙ୍ଗନବାଡି କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯିବ।

ଶିଶୁମାନଙ୍କ ସ୍ବସ୍ଥ୍ୟବସ୍ଥା ଯେଭଳି ଠିକ୍ ଭାବେ ଅନୁଧ୍ୟାନ କରାଯାଇପାରିବ, ସେନେଇ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍ ସଂକ୍ରମଣରୁ ଶିଶୁମାନଙ୍କୁ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସେବା,ସାମାନ୍ୟ ଲକ୍ଷଣଯୁକ୍ତ ଶିଶୁଙ୍କୁ ନିଜ ଘରେ ଏକାନ୍ତ ବାସରେ ରଖି ଚିକିତ୍ସା କରାଯିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ।

ସେହିପରି ଗୁରୁତର ଅବସ୍ଥାକୁ ଆସିବା ଜଣାଗଲେ ସଂପୃକ୍ତ ଶିଶୁଙ୍କୁ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିବାକୁ ପରାମର୍ଶ ଦିଆଯଇଛି। ଗଞ୍ଜାମ ଜିଲ୍ଲା ଗ୍ରୀନ ଜୋନ ରହିଥିଲେ ସୁଦ୍ଧା ତୃତୀୟ ଲହରୀରକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା କରାଯାଉଛି।

   Related Posts