ପାଟଣା,୨୪/୦୫: ପୁଣି ଅଲୋଡା ହେଲା ଶିଶୁକନ୍ୟା । ରାସ୍ତାକଡ଼ ଏକ ଘର ବାରଣ୍ଡାରୁ ୩ ମାସର ଶିଶୁକନ୍ୟା ଉଦ୍ଧାର । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାରିଆ ଥାନା ବଡ଼ନେଉଳି ଗାଁରେ ।
ସୂଚନାନୁସାରେ, ସୋମବାର ସକାଳେ ବଡନେଉଳି ରାସ୍ତାକଡ଼ରେ ଥିବା ରମେଶ ପରିଡାଙ୍କ ଘର ବାରଣ୍ଡାରେ ଏକ ଶିଶୁକନ୍ୟା ଶୋଇଥିବା ଗାଁ ଲୋକେ ଦେଖିଥିଲେ । ଶିଶୁଟି ନିକଟରେ ତାର କ୍ଷୀର ବୋତଲ ମଧ୍ୟ ରଖା ଯାଉଥିଲା ।ଏହା ଦେଖି ଲୋକମାନେ ପୋଲିସକୁ ଖବର ଦେଇଥିଲେ ।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଆଶା କର୍ମୀ ଓ ଏନ ଏମ୍ ଙ୍କ ଦ୍ଵାରା ଶିଶୁ କନ୍ୟାକୁ ଝୁମ୍ପୁରା ମେଡିକାଲକୁ ପଠାଇଛି। ଶିଶୁ ଟିର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ବେଳେ ଏପରି ଅବସ୍ଥାରେ ଶିଶୁକନ୍ୟାକୁ କିଏ କାହିଁକି ଛାଡ଼ିଲା ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।