୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ

Published By : Prameya-News7 Bureau | June 17, 2021 IST

ନୟାଗଡ, ୧୭|୦୬: ନୟାଗଡ଼ ବାଣିଗୋଛା ଥାନା ଧୁନ୍ଦୁଗାଡ଼ିଆ ଗାଁରୁ ନିଖୋଜ ଶିଶୁ କନ୍ୟାର ମୃତଦେହ ଠାବ ହୋଇଛି। ଗାଁ ନିକଟ ଜଙ୍ଗଲରେ ଥିବା ନାଳରୁ ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ମୃତଦେହ ଉଦ୍ଧାର କରିଛି ପୋଲିସ। ଦୁଷ୍କର୍ମ ପରେ ଶିଶୁକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ପୋଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଗତ ଶନିବାର ଠାରୁ ନିଖୋଜ ଥିଲା ୫ ବର୍ଷର ଏହି କୁନି ଝିଅ। ଗତ ଶନିବାର ଅପରାହ୍ନରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍ ସେ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି କରି ବିଫଳ ହେବା ପରେ ରବିବାର ବାଣିଗୋଛା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ ।

ନୟାଗଡ଼ ଏସ୍.ପି. ସିଦ୍ଧାର୍ଥ କଟାରିଆ ଗାଁକୁ ଯାଇ ତଦନ୍ତ କରିଥିଲେ । ଗତକାଲି ସନ୍ଧ୍ୟାରେ ଗାଁ ନିକଟରେ ଥିବା ଜଙ୍ଗଲ ଭିତର ନାଳର ମୃତଦେହ ମିଳିଥିଲା । ଦେହରୁ ମୁଣ୍ଡ ସମ୍ପୂର୍ଣ୍ଣ ଅଲଗା ଥିବାରୁ ଦୁଷ୍କର୍ମ ପରେ ଧାରୁଆ ଅସ୍ତ୍ରରେ ବେକ କାଟି ଶିଶୁକନ୍ୟାକୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଘଟଣାରେ ସାଗର ଦଳେଇ ନାମକ ଜଣେ ଯୁବକକୁ ଅଟକ ରଖିଛି ପୋଲିସ।.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.