ଭିଲେନ ଭାଉଜ, ନଣନ୍ଦ ଶିବାନୀଙ୍କୁ ହତ୍ୟା ଅଭିଯୋଗରେ ଭାଉଜ ଗିରଫ

Published By : Prameya-News7 Bureau | December 15, 2019 IST

ଟାଙ୍ଗୀ ୧୫।୧୨: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗଙ୍ଗନଗର ଶିବାନୀ ବେହେରା ହତ୍ୟା ଘଟଣାର ଫର୍ଦ୍ଦାଫାଶ ହୋଇଛି । ଶିବାନୀଙ୍କ ଭାଉଜ ହିଁ ପ୍ରକୃତ ହତ୍ୟାକାରୀ ବୋଲି ଖୋର୍ଦ୍ଧା  ଏସ୍.ପି ସୂଚନା ଦେଇଛନ୍ତି  ।  ନଣନ୍ଦ ଶିବାନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଭାଉଜ କାବେରୀଙ୍କୁ ପୋଲିସ ଗିରଫ କରିଛି । ନଣନ୍ଦ ସହ ଗଣ୍ଡଗୋଳ ପରେ ପ୍ରତିଶୋଧପରାୟଣ ହୋଇ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିଲା ଭାଉଜ ।

{"id":197982,"sizeSlug":"large"}

ସୂଚନାଯୋଗ୍ୟ ଯେ , ଗତ୧୩ ତାରିଖ ରାତିରେ ନଣନ୍ଦ-ଭାଉଜଙ୍କ ମଧ୍ୟରେ ବଚସା ହୋଇଥିଲା । ଆଉ ପ୍ରତିଶୋଧ ନେବାକୁ ଛୁରୀରେ ନଣନ୍ଦର ବେକ କାଟି ହତ୍ୟା କରିଥିଲା । କେବଳ ହତ୍ୟା କରିନଥିଲେ ଭିଲେନ ଭାଉଜ ଏହାକୁ ନାଟକୀୟ ମୋଡ ଦେଇଥିଲେ । ପ୍ରଥମେ  ଏକତରଫା ପ୍ରେମ ବ୍ୟାପାରକୁ ନେଇ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହୋଇଥିଲା । ପରେ ପୋଲିସ ପୁରା ଘଟଣାର ପର୍ଦ୍ଦାଫାଶ କରିଛି ।

{"id":197983,"sizeSlug":"large"}

ଭାଉଜ କାବେରୀ ଶିବାନୀଙ୍କ ବଡ ଭାଇକୁପ୍ରେମ ବିବାହ କରିଥିଲେ । ଏହାକୁ ନେଇ ନଣନ୍ଦ ପୂର୍ବରୁ ଟାହିଟାପରା କରୁଥିଲେ । ଯାହାଫଳରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ଥିଲା । ଆଜି ହତ୍ୟାକାଣ୍ଡ ପରେ ପୋଲିସ ଶରତ ମାଝୀ ନାମକ ଜଣେ ଯୁବକଙ୍କୁ ମଧ୍ୟ ପୋଲିସ ଅଟକ ରଖି ପଚରାଉଚରା କରିଥିଲା । ଯାହାକୁ ଭିଲେନ ଭାଉଜ ଶିବାନୀଙ୍କ ପ୍ରେମିକ ବୋଲି ଦର୍ଶାଇଥିଲେ । ପୋଲିସ ପୁରା ମାମଲାରୁ ପର୍ଦ୍ଦା ହଟାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.