ପ୍ରିୟଙ୍କା ଚୋପଡାଙ୍କ ବିକିନି ଫଟୋରେ ଖାସ କମେଣ୍ଟ ଦେଲେ ତାଙ୍କ ବଡ ଯାଆ

Published By : Prameya-News7 Bureau | July 10, 2019 IST

ମୁମ୍ବାଇ୧୦|୭: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ଓ ନିକ୍‌ ଯୋନାସ ନିଜ ରୋମାଣ୍ଟିକ ଭେକେଶନର ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଚଳିତ ବର୍ଷ ଜୁଲାଇ ମାସ ୮ ତାରିଖରେ ପ୍ରିୟଙ୍କା ନିଜ ହଟ୍‌ ବିକିନି ଫଟୋ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଫଟୋରେ ପ୍ରିୟଙ୍କା ଲେଖିଛନ୍ତି ଯେ, ଛୁଟିର ସଠିକ୍‌ ବ୍ୟବହାର କରିଛନ୍ତି ଉଭୟ ସ୍ବାମୀ ସ୍ତ୍ରୀ। ପ୍ରିୟଙ୍କାର ଏହି ହଟ୍‌ ଫଟୋ ସ୍ବାମୀ ନିକ୍‌ ଉଠାଇଥିଲେ।

{"id":132203}

ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ଏହି ଫଟୋରେ ସୁଇମିଂ ପୁଲ୍‌ରେ ଚିଲ କରୁଥିବାର ନଜର ଆସିଛନ୍ତି। ସୁଇମିଂ ପୁଲରେ ସେ ମକ୍‌ଟେଲ ଗ୍ଲାସ ଧରି ଫଟୋ ଉଠାଇଛନ୍ତି। ସେ ଏକ କଳା ରଂଗର ଟ୍ରେଣ୍ଡି ସନଗ୍ଲାସ୍‌ ପିନ୍ଧିଛନ୍ତି। ନିକ୍‌ ଅନେକ ପୋଜ୍‌ରେ ତାଙ୍କର ଫଟୋ ଉଠାଇଛନ୍ତି।

{"id":132204}
wp:preformatted
ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କ ବଡ ଯାଆ ସୋଫି ଟର୍ନର ତାଙ୍କ ଫଟୋରେ କମେଣ୍ଟ କରିଛନ୍ତି। ସୋଫିଙ୍କୁ ପ୍ରିୟଙ୍କାଙ୍କ ଫଟୋ ବହୁତ ପସନ୍ଦ ଆସିଛି। ପ୍ରିୟଙ୍କାଙ୍କ ହଟ୍‌ ଯାଆ ସୋଫି ଫଟୋ ରେ କମେଣ୍ଟ କରିଛନ୍ତି ଯେ, (All Your Ladies Pop Yo Like This) ଅଲ ୟୋର ଲେଡିଜ୍‌ ପପ୍‌ ୟୋ ଲାଇକ୍‌ ଦିସ।ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା ନିଆଁର ଇମୋଜି ଦେଇ ଫଟୋରେ କମେଣ୍ଟ ଦେଇଛନ୍ତି। ଗେମ ଅଫ ଥ୍ରୋନ୍ସର ସୋଫି ଟର୍ନର ଓ ଆମେରିକାନ ସିଙ୍ଗର ଯୋ ଯୋନାସଙ୍କ ବିବାହ କିଛି ଦିନ ତଳେ ହୋଇଥିଲା । ଉଭୟଙ୍କ ବିବାହ ପରେ ପ୍ରିୟଙ୍କା ଓ ନିକ୍‌ ମଧ୍ୟ ନୂଆ ବିବାହ କରିଥିବା ଦମ୍ପତ୍ତିଙ୍କ ସହ ଇଟାଲି ଯାଇଛନ୍ତି।  ଦୁଇ ଦମ୍ପତ୍ତି ରୋମାଣ୍ଟିକ ଭେକେଶନ କାଟିବାକୁ ଯାଇଛନ୍ତି ଓ ଅନେକ ଫଟୋ ମଧ୍ୟ ସେୟାର କରୁଛନ୍ତି।ସୋସିଆଲ ମିଡିଆରେ ମଧ୍ୟ ଦର୍ଶକମାନେ ତାଙ୍କ ଫଟୋ ବହୁତ ପସନ୍ଦ କରିଛନ୍ତି।
/wp:preformatted wp:preformatted
 
/wp:preformatted

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.