ଗାଁ ସାଥୀଙ୍କୁ ନିର୍ମମ ହତ୍ୟା ! ଭାଇର କଟା ହାତକୁ ଚିହ୍ନିଲେ ଭଉଣୀ, ବନ୍ଧାଥିଲା ପୁରୁଣା ରାକ୍ଷୀ

Published By : Prameya-News7 Bureau | January 15, 2021 IST

ସୁନ୍ଦରଗଡ଼୧୫/୧: ଗାଁ ସାଥୀଙ୍କୁ ନିର୍ମମ ହତ୍ୟା। କିରେଇ ପଞ୍ଚାୟତ ନିକଟରେ ଥିବା ବିଲରୁ ଗାଁ ସାଥି ରମେଶ ସିଂଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର। ଗତ ୧୩ ତାରିଖ ଦିନ ସାଙ୍ଗସାଥିଙ୍କ ସହ ଭୋଜି କରିବା ଲାଗି ଯାଇଥିଲେ। ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ୧୪ ତାରିଖ ଦିନ ଟାଉନ ଥାନାରେ ନିଖୋଜ ଥିବା ଏକ ଲିଖିତ ଅଭିଯୋଗ କରିଥିଲେ।

୧୪ ତାରିଖ ରାତି ପ୍ରାୟ ୮ଟା ସମୟରେ କିରେଇର ଏକ ବିଲରୁ କଟା ହାତ ମିଳିଥିଲା। ସେହି କଟା ହାତ ଦେଖି, ଏହା ରମେଶଙ୍କ ହାତ ବୋଲି ତାଙ୍କ ଭଉଣୀ ଚିହ୍ନିଟ କରିଛନ୍ତି। ସେହି କଟା ହାତରେ ରାକ୍ଷୀ ଥିବାରୁ ରମେଶଙ୍କ ଭଉଣୀ ତାଙ୍କ ଭଉଣୀ ଚିହ୍ନିଟ କରିଛନ୍ତି। ଏହି ଘଟଣାରୁ ରମେଶଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା କୁହାଯାଉଛି। ପୋଲିସର ତନାଘନା ଜାରି ପରେ ରମେଶଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି।ତେବେ ତାଙ୍କ ମୁଣ୍ଡ ଏବଂ ଗୋଡ ମିଳିନଥିବା ଜଣାପଡିଛି। ରମେଶଙ୍କ କିରେଇ ଗ୍ରାମପଞ୍ଚ ପଞ୍ଚାୟତର ଗାଁ ସାଥି ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.