ଭଉଣୀ ହତ୍ୟାକାରୀ ସାଜିଲା ଭାଇ : ଘଟଣା ଚପାଇବାକୁ କରିଥିଲେ ଶବଦାହ, ପରିବାରର ୧୨ ସଦସ୍ୟ ଗିରଫ
17/12/2020 at 11:11 AM

କଳାହାଣ୍ଡି ୧୭।୧୨: ଭଉଣୀକୁ ହତ୍ୟା କଲା ଭାଇ । ଘଟଣାକୁ ଚପାଇବାକୁ ପରିବାର ଲୋକ ଶବଦାହରେ ସହଯୋଗ କରିଥିବା ଅଭିଯୋଗରେ ୧୨ଜଣ ଗିରଫ । ଗତ ୭ ତାରିଖରେ ବିଶ୍ବନାଥପୁର ଥାନା ଦାରପଟା ଗାଁରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ମୃତକ ଅନୀତା ବେହେରାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି ।
ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୃତକର ଭାଇ ଅଲେଖ ବେହେରା, ବାପା କେଶନୀ ବେହେରା, ମାଆ କୌଶଲ୍ୟା ବେହେରାଙ୍କ ସମେତ ଏଥିରେ ସହଯୋଗ କରିଥିବା ଅର୍ଜୁନ ବେହେରା, ଭଗତ ବେହେରା, ଦାସ ବେହେରା, ଜିତେନ୍ଦ୍ର ବେହେରା, ହର ବେହେରା, ବଳରାମ ବେହେରା, ଗୋମତୀ ସାହୁ, ଜୟ ବେହେରା ଏବଂ ପୀତବାସ ବେହେରାଙ୍କୁ ପୋଲିସ ଗିରଫ କରିଛି ।
Related Posts
ଯୁବକଙ୍କ ଉପରେ ମାଡିଗଲା ୧୦ ଚକିଆ ଟ୍ରକ୍, ଘଟଣାସ୍ଥଳରେ ହିଁ ଚାଲିଗଲା ଜୀବନ
16 January 2021