ଭାଇର ସନ୍ତାନକୁ ଜନ୍ମ ଦେଲେ ନାବାଳିକା, କହିଲେ ବାରମ୍ବାର ଭାଇ କରୁଥିଲା ଦୁଷ୍କର୍ମ…

Published By : Prameya-News7 Bureau | August 29, 2019 IST

ମେରଠ ୨୯।୮: ଉତ୍ତରପ୍ରଦେଶ ମେରଠରେ ଭାଇ-ଭଉଣୀ ସଂପର୍କରେ ଲାଗିଲା କଳଙ୍କ । ଜଣେ ନାବାଳିକା ନିଜ ସାବତ ଭାଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । କେବଳ ଏତିକି ନୁହେଁ ପୀଡିତା ନିଜ ଭାଇର ସନ୍ତାନକୁ ଜନ୍ମ ଦେଇଛନ୍ତି ।

ସୂଚନା ଅନୁସାରେ ମେରଠ ବ୍ରହ୍ମାପୁରୀ ଅଞ୍ଚଳରେ ଏମିତି ଘଟଣା ଘଟିଛି । ନାବାଳିକା ଜଣଙ୍କ ଥାନାରେ ନିଜ ସାବତ ଭାଇଙ୍କ ବିରୋଧରେ ଅପହରଣ କରିବା ପରେ ବହୁଥର ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଛନ୍ତି । ପୀଡିତା ଆହୁରି ମଧ୍ୟ କହିଥିଲେ ଯେ, ତାଙ୍କ କୋଳରେ ଥିବା ଶିଶୁ ମଧ୍ୟ ତାଙ୍କ ଭାଇଙ୍କର ବୋଲି ।

ପୀଡିତାଙ୍କ କହିବା ଅନୁସାରେ ତାଙ୍କ ସାବତ ଭାଇ ତାଙ୍କୁ ମିଛ କହି ଦିଲ୍ଲୀ ନେଇଯାଇଥିଲେ । ସେଠାରେ ଯୁବକଙ୍କ ସଂପର୍କୀୟମାନେ ଜୋରଜବରଦସ୍ତ ତାଙ୍କ ବିବାହ ତାଙ୍କ କରିଦେଇଥିଲେ । କେତେ ମାସ ପର୍ଯ୍ୟନ୍ତ ତାଙ୍କୁ ସେଠାରେ ବନ୍ଧକ ରଖିଥିଲେ ।  ସେହି ସମୟରେ ତାଙ୍କ ସହ କେତେଥର ଦୁଷ୍କର୍ମ ମଧ୍ୟ କରାଯାଇଛି ।

ଅନ୍ୟପଟେ ପୀଡିତା ଯୁବତୀଙ୍କ ମା କହିଛନ୍ତି ଯେ, ତାଙ୍କ ବିବାହ ରାମପୁରର ଜଣେ ବ୍ୟକ୍ତିଙ୍କ ସହ ହୋଇଥିଲା । ପୂର୍ବରୁ ତାଙ୍କର ୪ଟି ସନ୍ତାନ ଥିଲେ । ସେମାନଙ୍କର ଲାଳନ ପାଳନ ମଧ୍ୟ ସେ କରିଥିଲେ । ସେମାନଙ୍କ ମଧ୍ୟ ଜଣେ ହିଁ ତାଙ୍କ ଝିଅ ସହ ଏଭଳି କାମ କରିଥିବା ସେ ଅଭିଯୋଗ କରିଛନ୍ତି ।

ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତଦନ୍ତରେ ଯଦି ପୀଡିତାଙ୍କ ସାବତ ଭାଇ ଦୋଷୀ ହୁଅନ୍ତି ତେ ତାଙ୍କ ବିରୋଧରେ ଆଇନ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.