Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଗ୍‌ଚି ଦମ୍ପତ୍ତିଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ଏବଂ କେୟାର ସେଣ୍ଟର ପାଇଁ ସୁବ୍ରତୋ-ସୁସ୍ମିତା ଦେବେ ୪୩୦ କୋଟି ଟଙ୍କା
  • ||
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||

ମାତ୍ର କିଛି ଘଣ୍ଟାରେ ଲିଭି ଗଲା ସବୁ ଖୁସି, ଭାଇଙ୍କ ମୃତ୍ୟୁର ୧୨ଘଣ୍ଟା ନ ପୁରୁଣୁ ଭଉଣୀ ବୁଜି ଦେଲେ ଆଖି

3/11/2019 at 5:39 PM

ବୋରାଜ୩/୧୧: ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସଂପର୍କରେ ଜାଣିଲେ ଆପଣଙ୍କୁ ନିଶ୍ଚିତ ଦୁଃଖ ଲାଗିବ। ମାତ୍ର ୨୦ ଦିନ ପରେ ବର ବେଶରେ ବିବାହ ବେଦୀ​‌ରେ ବସିବାକୁ ଥିବା ଯୁବକ ଗଲେ ମଶାଣୀ। ସବୁଠୁ ଆଶ୍ଚର୍ଯ୍ୟର କଥା ଯୁବକଙ୍କ ମୃତ୍ୟୁର ୧୨ ଘଣ୍ଟା ମଧ୍ୟରେ ତାଙ୍କ ଭଉଣୀଙ୍କ ମୃତ୍ୟୁ ହୋଇଛି।

ଗତ ଶୁକ୍ରବାର ସକାଳ ୮.୩୦ ମିନିଟରେ ଏଭଳି ଅଘଟଣା ଘଟିଛି । ଚଳିତ ନଭେମ୍ବର ମାସ ୨୨ ତାରିଖରେ ରାହୁଲଙ୍କ ବିବାହ ହୋଇଥାଆନ୍ତା। ସେଥିଲାଗି ଘରେ ବନ୍ଧୁ ପରିଜନ ଓ ସଂପର୍କୀୟ ସବୁ ଭର୍ତ୍ତି ହୋଇ ସାରିଥିଲେ। ମାତ୍ର  କିଛି ଘଣ୍ଟା ମଧ୍ୟରେ ସବୁ ଖୁସି ଉଜୁଡ଼ି ଗଲା। ପରିବାର ଦୁଇଜଣ ସଦସ୍ୟଙ୍କୁ ହରାଇ ପରିବାର ଲୋକ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି।

ସୂଚନାଯୋଗ୍ୟ ଯେ ବୋରାଜ ବାସିନ୍ଦା ଲୀଲାଧର ଓରଫ୍ ରାହୁଲ ତାଙ୍କ ଭଉଣୀଙ୍କୁ ବାଇକରେ ବସାଇ ଷ୍ଟେସନରେ ଛାଡ଼ିବା ପାଇଁ ଯାଉଥିଲେ। ସେହି ଅଞ୍ଚଳର ଆସଲପୁର ମୋଡ୍‌ରେ ଥିବା ଏକ ହୋଟେଲ ନିକଟରେ ଗୋଟିଏ ଜିପ୍‌ ସହ ତାଙ୍କ ବାଇକର ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ଭାଇ ଓ ଭଉଣୀଙ୍କ ଗୁରୁତର ହୋଇଥିଲେ। ହସ୍ପିଟାଲ ନେବା ରାସ୍ତାରେ ଭାଇ ରାହୁଲ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଭଉଣୀ ଉର୍ମିଳାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଭାଇଙ୍କ ମୃତ୍ୟୁର ୧୨ ଘଣ୍ଟା ଭିତରେ ଚିକିତ୍ସାଧିନ ଅବସ୍ଥାରେ ଭଉଣୀ ଉର୍ମିଳାଙ୍କ ମୃତ୍ୟୁ ହୋଇଥିଲା।

   Related Posts