ବିକ୍ରି ହୋଇଥିବା ଭଉଣୀକୁ ଗ୍ରାହକ ସାଜି ଉଦ୍ଧାର କଲେ ଯୁବକ : ଦଲାଲ ଗିରଫ

Published By : Prameya-News7 Bureau | August 10, 2019 IST

ନୂଆଦିଲ୍ଲୀ ୧୦/୮: ରାନି (ଛଦ୍ମନାମ) କୋଲକାତାରେ ଏକ ବଡ଼ କମ୍ପାନୀରେ କାମ କରୁଥିଲେ। ଜୁନ୍ ୮ତାରିଖରେ ଭଲ ଚାକିରୀ ଦେବାର ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତି ତାଙ୍କୁ ଦିଲ୍ଲୀ ଡାକିଥିଲା ଏବଂ ଏଠାକୁ ଆସିବା ପରେ ତାଙ୍କୁ ବେଶ୍ୟାଳୟରେ ବିକି ଦେଇଥିଲା। ଘରଲୋକେ ରାନୀଙ୍କୁ ଫୋନ୍ ଲଗାଇବାରୁ ରାନୀଙ୍କ ଫୋନ ଲାଗିନଥିଲା। କୋଲକାତାରେ ଘରଲୋକେ ରାନୀଙ୍କ  ନିଖୋଜ ରିପୋର୍ଟ ଦାୟର କରିଥିଲେ। କିନ୍ତୁ ତାଙ୍କ ବିଷୟରେ କିଛି ଜଣା ପଡ଼ିନଥିଲା। ରାନୀଙ୍କ ଭାଇ ନିରାଶ ନହୋଇ ଭଉଣୀଙ୍କୁ ଖୋଜିବାକୁ ଉଦ୍ୟମ କରିଥିଲେ।

ଗୋଟିଏ ଦିନ ପରେ ଜଣେ ଅଜଣା ବ୍ୟକ୍ତିଙ୍କ ଫୋନ୍ ଆସିଥିଲା ଯିଏ ତାଙ୍କୁ କହିଥିଲା ଯେ ତାଙ୍କ ଭଉଣୀ ଦିଲ୍ଲୀର ଜିବି ରୋଡ଼ରେ ଅଛନ୍ତି। ସେହି ବ୍ୟକ୍ତି ଜଣକ କହିଥିଲେ ଯେତେବେଳେ ସେ ଗ୍ରାହକ ହୋଇ ଜିବି ରୋଡ଼ ଯାଇଥିଲା ରାନୀ ଲୁଚି ଭାଇର ନମ୍ବର ତାକୁ ଦେଇଥିଲେ ଏବଂ ତାଙ୍କୁ ଜଣାଇବାକୁ ନିବେଦନ କରିଥିଲେ। ଅଜଣା ବ୍ୟକ୍ତି ଫୋନ୍ କରିବାରୁ ରାନୀଙ୍କ ଭାଇ ତୁରନ୍ତ ଦିଲ୍ଲୀ ଆସିଥିଲେ ଏବଂ ସେହି ବ୍ୟକ୍ତିଙ୍କୁ କରୋଲ ବାଗରେ ଦେଖା କରିଥିଲେ। ସେହି ବ୍ୟକ୍ତି ବଙ୍ଗାଳୀ ଥିଲେ ଏବଂ ଗ୍ରାହକ ହୋଇ ଜିବି ରୋଡ଼ ଯାଇଥିଲେ।

ଏହାପରେ ରାନୀଙ୍କ ଭାଇ ନିଜେ ଗ୍ରାହକ ହୋଇ ଜିବି ରୋଡ଼ରେ ଥିବା ବେଶ୍ୟାଳୟକୁ ଯାଇଥିଲେ। ସେ କୈାଣସି ମତେ ରାନୀଙ୍କୁ ଦେଖା କରିବାକୁ ସକ୍ଷମ ହୋଇଥିଲେ। ଏହାପରେ ରାନୀଙ୍କ ଭାଇ ତୁରନ୍ତ ଡିସିଡବ୍ଲ୍ୟୁ ସହ ଯୋଗାଯୋଗ କରି ସବୁ କଥା କହିଥିଲେ।

ରାନୀଙ୍କ ଭାଇଙ୍କ ଅଭିଯୋଗରେ ଦିଲ୍ଲୀ ପୋଲିସ୍ ଗତ ଗୁରୁବାର କାର୍ଯ୍ୟାନୁଷ୍ଠାନ କରି ରାନୀଙ୍କୁ ମୁକ୍ତ କରିଥିଲା। କମଲା ମାର୍କେଟ ଥାନା ପୋଲିସ୍ ବେଶ୍ୟାଳୟ ସଞ୍ଚାଳକ ମହିଳାକୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.