ଶିଶିର ସରସ ମେଳା-୨୦୨୦ ଉଦ୍‌ଘାଟିତ : ଜାନୁଆରି ୧୪ ଯାଏ ଚାଲିବ ମେଳା

Published By : Prameya-News7 Bureau | January 04, 2020 IST

ଭୁବନେଶ୍ବର ୦୪।୦୧: ବିଶ୍ବ ଦରବାରରେ ଓଡିଶା ହସ୍ତଶିଳ୍ପର ଏକ ସ୍ବତନ୍ତ୍ର ପରିଚୟ ରହିଛି । ସେ କାଠ ହେଉ ବା ମାଟି, ସବାଇ ଘାସ ହେଉ ବା ବସ୍ତ୍ର, ଏପରିକି ବିଭିନ୍ନ ବନ୍ୟଜାତ ପଦାର୍ଥ ହେଉ ବା କନ୍ଦମାଳ ଅଞ୍ଚଳର ରୋଷେଇ ସାମଗ୍ରୀ ଏସବୁ କୁ ନେଇ ଆରମ୍ଭ ହୋଇଛି ଶିଶିର ସରସ-୨୦୨୦ ।

{"id":206972,"sizeSlug":"large"}

ତେବେ ରାଜ୍ୟର ବିଭିନ୍ନ ସାମଗ୍ରୀ ସହ ଦେଶର୨୫ ରାଜ୍ୟରୁ କାରିଗର ମାନେ ମଧ୍ୟ ଯୋଗ ଦେଇଛନ୍ତି । ତେବେ  ଉଦ୍‌ଘାଟନି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ କନ୍ଧମାଳ ହଳିଦି ଓ ସବାଇଘାସର ଚାଙ୍ଗୁଡି କିଣିଛନ୍ତି ।

{"id":206976,"sizeSlug":"large"}

ୟୁନିଟ-୩ ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ଶିଶିର ସରସ ମେଳା -୨୦୨୦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଳାକୁ ଉଦଘାଟନ କରିଛନ୍ତି ।  ୧୧ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୨୫ ରାଜ୍ୟର ଗ୍ରାମୀଣ ଉତ୍ପାଦନକାରୀ ସାମଗ୍ରୀ ସହ ବିଭିନ୍ନ ଆର୍ଟ କ୍ରାଫଟର ସମ୍ଭାର ଦେଖିବାକୁ ମିଳିବ ।

{"id":206974,"sizeSlug":"large"}

ସେହିପରି ରାଜ୍ୟର ୩୦ ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀ ଓ କାରିଗରଙ୍କ ଦ୍ବାରା ତିଆରି ସାମଗ୍ରୀ ବି ଏଠାରେ ମିଳିବ । ପଞ୍ଚାୟତରାଜ ବିଭାଗ ଏବଂ ଓରମାସର ମିଳିତ ସହଯୋଗରେ ହେବାକୁ ଥିବା ମେଳାରେ ୩ ଶହ ଷ୍ଟଲ ସ୍ଥାନ ପାଇଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଷ୍ଟଲ ସବୁ ବୁଲି ଦେଖିବା ସହ କନ୍ଧମାଳ ହଳଦି ଓ ସବାଇ ଘାସର ଏକ ଚାଙ୍ଗୁଡି ମଧ୍ୟ କିଣିଛନ୍ତି ।

{"id":206969,"sizeSlug":"large"}

ବିଭିନ୍ନ ସ୍ବୟଂସହାୟକ ଗୋ​‌ଷ୍ଠି ଓ କାରିଗର ମାନେ ଯୋଗଦେଇଛନ୍ତି ମେଳାରେ । ପାରମ୍ପରିକ ବସ୍ତ୍ର ଠାରୁ ଧରି ଶୀତ ବସ୍ତ୍ର ,କାଠ, କାଚ,ମାଟି ,ସୋଲ ଆଦି ସାମଗ୍ରୀ ସହ ଶୁଖୁଆ ମଧ୍ୟ ରହିଛି ଏଠାରେ । ତେବେ ଚଳିତ ବର୍ଷ ପ୍ରଥମ ଥର ଲାଗି ସ୍ବତନ୍ତ୍ର ଭାବେ ସବାଇ ଘାସରେ ପ୍ରସ୍ତୁତ ଜୁଏଲାରୀ ସ୍ଥାନ ପାଇଛି ।

{"id":206970,"sizeSlug":"large"}

ତେବେ  ଏଭଳି ମେଳା କାରିଗର ଓ ସ୍ବୟଂସହାୟିକା ଗୋଷ୍ଠି ମାନଙ୍କୁ ସ୍ବାବଲମ୍ବି ହେବାଲାଗି ଏକ ବଜାର ଯୋଗାଇ ଦେଇଥିବା କୁହନ୍ତି  ଏମାନେ । ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ ସାମଗ୍ରି ବିକି ବେସ୍ ଖୁସି ଅନୁଭବ କରିଥିବା ବ୍ୟବସାୟୀମାନେ କହିଛନ୍ତି  । ମେଳାର ମଧ୍ୟସ୍ଥଳରେ ରହିଛି ଧୁପକାଠି,ମାଟିପାତ୍ର ଆଦି ପ୍ରସ୍ତୁତି କରାଯିବାର ଲାଇଭ ଡେମନଷ୍ଟେ୍ରସନ୍  । ଏଥି ସହ ଖାଦ୍ୟ ପ୍ରେମିଙ୍କ ଲାଗି ସ୍ବତନ୍ତ୍ର ଭାବେ ୧୨ଟି ଷ୍ଟଲକୁ ନେଇ ରହିଛି ଫୁଡକୋର୍ଟ । ଯେଉଁଠି ମିଳିବ ସବୁ ରାଜ୍ୟର ପାରମ୍ପରିକ ଖାଦ୍ୟ  ।

{"id":206971,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.