ଅଲୋଡା ହେଲା ଶିଶୁପତ୍ର, ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର

Published By : Prameya-News7 Bureau | January 20, 2021 IST

ଗଞ୍ଜାମ୨୦/୧: ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ଏକ ପରିତ୍ୟକ୍ତ କୂଅରୁ ଜଣେ ନବଜାତ ଶିଶିପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ଏହି ନବଜାତ ଶିଶୁକୁ କେହି କୂଅରେ ଫିଙ୍ଗି ଦେଇଥିବା ଜଣାପଡିଛି। ଏହି ଘଟଣା ସଂପର୍କରେ ସ୍ଥାନୀୟ ଲୋକେ ଜାଣିବା ପରେ ଚାଇଲ୍ଡ ଲାଇନ୍‌କୁ ଖବର ଦେଇଥିଲେ।

କିଏ ଏଭଳି କାଣ୍ଡ ଭିଆଇଛି, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି। ଆଜିର ଆଧୁନିକ ତଥା ଡିଜିଟାଲ ଯୁଗରେ ବି କିଛି ମଣିଷଙ୍କ ମାସିକତାରେ ପରିବର୍ତ୍ତନ ଆସି ନାହିଁ। ଶିଶୁପୁତ୍ର ଜନ୍ମ ହେବା ପରେ ଯଦି ଅଲୋଡା ହୋଇଯାଏ, ସେଥିପାଇଁ ବିଭିନ୍ନ ଆଶ୍ରମ ଖୋଲିଯାଇଛି। ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.