ରାତିଅଧରେ ବିଛଣାରୁ ହଠାତ୍ ଗାୟବ ହୋଇଗଲା ଏକ ବର୍ଷର ଶିଶୁ, ପରେ ଖାଲରୁ ଉଦ୍ଧାର ହେଲା ମୃତଦେହ

Published By : Prameya-News7 Bureau | January 15, 2021 IST

ଉଦଳା୧୫/୧:  ଏକ ଅଭାବନୀୟ ଘଟଣା ଘଟିଛ । ଘରେ ଶୋଇଥିଲା ଶିଶୁପୁତ୍ର ହେଲେ ବିଳମ୍ବିତ ରାତିରେ କୁଆଡେ ନିଖୋଜ ହୋଇଯାଥିଲା। ବହୁ ଖୋଜାଖୋଜି ପରେ ଘର ନିକଟରେ ଥିବା ପାଣି ଭର୍ତ୍ତି ଖାଲରୁ ଶିଶୁପୁତ୍ରର ମୃତଦେହ ମିଳିଥିଲା ।

ସାଙ୍ଗରେ ଏକ ବର୍ଷର ଶିଶୁପୁତ୍ରକୁ ଧରି ଶୋଇଥିଲେ ସ୍ବାମୀ- ସ୍ତ୍ରୀ । ବିଳମ୍ବିତ ରାତିରେ ଉଠି ବିଛଣା ପିଲା ନଥିଲା। ଖୋଜାଖୋଜି ପରେ ନିକଟସ୍ଥ ଖାଲରୁ ମିଳିଲା ଶିଶୁପୁତ୍ରର ମୃତଦେହ । କପ୍ତିପଦା ଥାନା ଜାମପଦା ଉପରସାହି ଗ୍ରାମରେ ଏଭଳି ଘଟଣା ଘଟିଛି । ଏହି ଘଟଣା ପରେ କପ୍ତିପଦା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ରାତିରେ ଶୋଇଥିବା ପିଲା ଖାଲରେ ପଡିଲା କେମିତି? ଏହା ପ୍ରାୟୋଜିତ ହତ୍ୟା ନୁହେଁ ତ ? ସାଧାରଣରେ ଏଭଳି ଅନେକ କଥା ଚର୍ଚ୍ଚା ହେଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.