ପାପ ଲୁଚାଇବାକୁ ମହାପାପ: ପ୍ରେମିକାର ପୁଅକୁ ହତ୍ୟା କରି ଗିରଫ ହେଲା ଯୁବକ

Published By : Prameya-News7 Bureau | July 03, 2020 IST

ଝରିଗାଁ୩/୭: ନବରଙ୍ଗପୁର ଜିଲ୍ଳା ଝରିଗାଁ ବ୍ଲକ ଅନ୍ତର୍ଗତ କେଲାଦର ପଞ୍ଚାୟତର ଗାଇବନ୍ଧା ଗ୍ରାମରେ ୨୦ ଦିନର ଶିଶୁପୁତ୍ରକୁ ମାଆ କୋଳରୁ ଛଡ଼ାଇ ନେଇ ବାପା ଫେରାର ହୋଇଯାଇଥିଲେ। ଗତ ୩୦ ତାରିଖ ଦିନ ନବଜାତ ଶିଶୁକୁ ପୁତ୍ରକୁ ଫେରି ପାଇବା ଆଶାରେ ଅସହାୟ ମାଆ ଝରିଗାଁ ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ଆଜି ପୋଲିସ୍ ଗାଇବନ୍ଧା ନାଳରୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ କେଲାପଦର ପଞ୍ଚାୟତର ବାଘଡ଼ଙ୍ଗରୀ ଗ୍ରାମର କମାଏ ପୂଜାରୀ, ତାଙ୍କ ବୟସ ୨୦ ବର୍ଷ ଏବଂ ଗାଇବନ୍ଧା ଗ୍ରାମର ବାସୁଦେବ ଜାନୀ ପରସ୍ପରକୁ ଭଲ ପାଇ ଅନୈତିକ ସଂପର୍କ ସ୍ଥାପନ ପରେ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ଗାଁରେ ସାମାଜିକ ବୈଠକ ବସାଇ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଥିଲା।

ଗତମାସ ରାତିରେ ବାସୁଦେବ କମାଏଙ୍କ ଠାରୁ ଶିଶୁପୁତ୍ରକୁ ଛଡ଼ାଇ ନେଇ ଫେରାର ହୋଇଯାଇଥିଲା।  ଆଉ ଘରକୁ ଫେରି ନଥିଲେ। ଶିଶୁଟି ପାଇବା ଆଶାରେ ପରିବାର ଲୋକେ ଝରିଗାଁ ଥାନାର ଦ୍ବାରସ୍ଥ ହୋଇଥିଲେ। ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ଯଥା ଶୀଘ୍ର ଶିଶୁଟି କୁ ଖୋଜି ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଥାନା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରି ଶିଶୁଟିକୁ ଖୋଜା ଖୋଜି କରିଥିଲେ। ପରେ ବାସୁଦେବର ପତ୍ତା ମିଳିବାରେ ତାକୁ ଥାନାକୁ ଆଣାଯାଇଥିଲା।  ପ୍ରଥମେ ପିଲା ସଂପର୍କରେ କିଛି ଜାଣି ନାହିଁ ସଫେଇ ଦେଇଥିଲା ବାସୁଦେବ।

ପରେ ନିଜ ଦୋଷ ସ୍ବୀକାର କରିଥିଲା ବସୁଦେବ। ଭୁଜିଲିଆରେ ଶୁଶିଟିର ତଣ୍ଟିକାଟି ଏକ ୨ କେଜିଆ ପଥରେ ବାନ୍ଧି ଗତ ୨୯ ତାରିଖ ରାତିରେ ନାଳରେ ଫିଙ୍ଗି ଦେଇଥିବା ସେ କହିଥିଲା। ଏ​ହି ଘଟଣାରେ ପରେ ଶୁକ୍ରବାର ଏକ ପୋଲିସ୍ ଟିମ୍ ଘଟଣାସ୍ଥଳରେ ପହଁଞ୍ଚିଥିଲେ।  ନାଳରୁ ଶିଶୁଟିର ଗଳିତ ମୃତଦେହ ଉଦ୍ଧାର କରିଥିଲେ। ମିଳିଥିବା ସୂଚନା ଅନୁସାରେ ବାସୁଦେବ ପୂର୍ବରୁ ବାହା ହୋଇଛି। ତାର ୩ ବର୍ଷର  ଝିଅଟିଏ ମଧ୍ୟ ଅଛି। ପରେ ଅନୈତିକ ସଂପର୍କ ଦ୍ବାରା ଜନ୍ମ ହୋଇଥିବା ଶିଶୁଟି ହତ୍ୟା କରି ନିଜ ମୁଣ୍ଡରୁ କଳଙ୍କ ଧୋଇବା ଚେଷ୍ଟା କରୁଥିଲା। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.