Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

୪ ଦିନ ପରେ ମିଳିଲା ୪ ବର୍ଷ ଶିଶୁର ମୃତଦେହ: କିଏ ଓ କାହିଁକି କଲା ହତ୍ୟା ?

29/09/2020 at 3:52 PM

ବ୍ରହ୍ମପୁର୨୯/୯: ୪ ଦିନ ପରେ ମିଳିଲା ୪ ବର୍ଷ ଶିଶୁର ମୃତଦେହ। ଗଞ୍ଜାମ ଜିଲ୍ଲା କେ.ନୂଆ ଗାଁ ଥାନା ଅନ୍ତର୍ଗତ ଭୋଳିସିଙ୍ଗି ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି। ସୂଚନା ମୁତାବକ,  ଗତ ୨୫ ତାରିଖରେ ଗାଁର ପ୍ରତାପ ସାହୁଙ୍କ ୪ ବର୍ଷର ଶିଶୁ ନିଖୋଜ ହୋଇଯାଇଥିଲେ। ବିଭିନ୍ନ ସ୍ଥାନରେ ଶିଶୁଟି ଖୋଜି ନିରାଶ ହେବା ପରେ ପରିବାର ଲୋକେ ଥାନାରେ ନିଖୋଜ ରିପୋର୍ଟ ଦେଇଥିଲେ।

ହେଲେ ଗତକାଲି ସନ୍ଧ୍ୟାରେ ଗାଁର ଜନୈକ ବ୍ୟକ୍ତିଙ୍କ ବାରିପଟେ ଥିବା ଏକ ପରିତ୍ୟକ୍ତ କୂଅରୁ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଏବଂ ପୋଲିସ୍ ପହଁଞ୍ଚି ଶିଶୁଟିର ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି। ଗାଁ ଲୋକଙ୍କ କହିବା ଅନୁସାରେ, ତାଙ୍କ ପରିବାର ସହ କାହାର ଶତ୍ରୁତା​‌ ନାହିଁ, କିଏ ଓ କାହିଁକି ଶିଶୁଟିକୁ ହତ୍ୟା କଲା, ତାହା ମଧ୍ୟ ଜଣାପଡି ନାହିଁ। ଗୁଣି ଗାରେଡି ସନ୍ଦେହରେ ଶିଶୁଟିକୁ କେହି ହତ୍ୟା କରି ଥାଇପାରନ୍ତି ବୋଲି ଗ୍ରାମବାସୀ ଓ ପରିବାର ବର୍ଗ ସନ୍ଦେହ କରୁଛନ୍ତି। ଏହି ଘଟଣାରେ ପୋଲିସ୍ ସଠିକ୍ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ।  

   Related Posts