Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଯାଜପୁରରୁ ପୁଣି ଏକ ଶିଶୁ ନିଖୋଜ ; ପ୍ରଥମେ ପିହୁ ଏବେ ଚିଣ୍ଟୁ, ତିନିଦିନ ପରେ ବି ନାହିଁ ଖୋଜ୍‌ ଖବର

26/12/2020 at 9:26 AM

ଚଣ୍ଡିଖୋଲ ୨୬।୧୨: ପୁଣି ଏକ ଶିଶୁ ନିଖୋଜ । ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ପିହୁ ଅପହରଣ ପରେ ଏବେ ଜିଲ୍ଲାରେ ଆଉ ଏକ ଶିଶୁ ପୁତ୍ର ନିଖୋଜ ହୋଇଛି । ଚଣ୍ଡିଖୋଲ ନିକଟ ଆଦିବାସୀ ବସ୍ତିରୁ ଚାରି ବର୍ଷର ଶିଶୁପୁତ୍ର ଚିଣ୍ଟୁ ନିଖୋଜ ହୋଇଛି ।

ଖବର ଅନୁଯାୟୀ, ଗୁରୁବାର ଦିନ ଘର ବାହାରେ ବୁଲାବୁଲି କରୁଥିଲା ଚିଣ୍ଟୁ । ହଠାତ୍‌ ଅପରାହ୍ନ ୫ଟା ସମୟରୁ ସେ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ବି କୌଣସି ଖବର ମିଳିନଥିଲା । ପରିବାର ଲୋକେ ବହୁ ଆଡେ ଖୋଜା ଖୋଜି ପରେ ଶିଶୁ ପୁତ୍ରର ସୂଚନା ନମିଳିବାରୁ ଧାନମଣ୍ଡଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ପରିବାର ପକ୍ଷରୁ ଅଭିଯୋଗ  ପରେ ଧାନମଣ୍ଡଳ ଫାଣ୍ଡି ଓ ବଡଚଣା ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା ।  

ତେବେ ବର୍ତ୍ତମାନ ସୁଦ୍ଧା ଘଟଣାକୁ ୩ଦିନ ବିତିଯାଇଥିଲେ ମଧ୍ୟ ଶିଶୁପୁତ୍ରକୁ କୌଣସି ଖୋଜଖବର ମିଳିନାହିଁ । ଚିଣ୍ଟୁର ପିତା ରାମ ଜଜ ଜଣେ ଦିନ ମଜୁରିଆ ଭାବେ ପରିବାର ଚଳାଉଥିବା ବେଳେ , ଏବେ ପୁଅର ନିଖୋଜ ଖବରରରେ ପୁରା ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ରାଜ୍ୟରେ ଗତକିଛି ଦିନ ହେଲା ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ ହୋଇଚାଲିଛନ୍ତି ।  ରାଜ୍ୟରେ ଶିଶୁଙ୍କ ସୁରକ୍ଷା ନେଇ ଅନେକ ପ୍ରଶ୍ନବାଚୀ  ସୃଷ୍ଟି କରିଛି । ଖୁବଶୀଘ୍ର ନିଖୋଜ ଶିଶୁପୁତ୍ରକୁ ଉଦ୍ଧାର କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।   

   Related Posts