Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ମାଆ ସହ ଯାଇଥିଲେ ଇଟାଭାଟିକୁ, ପୋଖରୀରେ ବୁଡିଗଲେ ୪ବର୍ଷର ଶିଶୁ

22/02/2021 at 2:07 PM

ରାଇରଙ୍ଗପୁର ୨୨।୦୨: ମୟୁରଭଞ୍ଜ ଜିଲ୍ଲା ଜମଦା ଥାନା ଦେଓକୁଣ୍ଡି ଗାଁରେ ଅଘଟଣ । ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତକ ଶାଗଯୋଡ଼ି ଗାଁର ଚାମରା ବିରୁଆଙ୍କୁ ୪ବର୍ଷର ପୁଅ ହରେକୃଷ୍ଣ ବିରୁଆ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ବିରୁଆଙ୍କ ପତ୍ନୀ ଇଟାଭାଟିକୁ କାମ କରିବାକୁ ଯାଇଥିଲେ । ନିଜ ସାଥିରେ ଶିଶୁପୁତ୍ରଙ୍କୁ ନେଇ ମଧ୍ୟ ଯାଇଥିଲେ । ତେବେ ମାଆ କାମ କରୁଥିବା ବେଳେ ଶିଶୁଟି ଇଟାଭାଟି ପାଖରେ ଥିବା ପୋଖରୀରେ ପଡିଯାଇଥିଲା । ଯାହାଫଳରେ କି ଶିଶୁଟି ପାଣିରେ ବୁଡିଯାଇଥିଲା । ସେପଟେ ଶିଶୁକୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲା । କିନ୍ତୁ କୌଣସି ପତ୍ତାମିଳିନଥିଲା ।

ଶେଷରେ ପୋଖରୀ ଭିତରୁ ନାବାଳକର ମୃତଦେହ ଠାବ ହୋଇଥିଲା । ପୋଖରୀରୁ ଶିଶୁର ମୃତଦେହ ଉଦ୍ଧାର କରାଯାଇଥିଲା । ଏନେଇ ଜାମଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଥିବା ବେଳେ ଶିଶୁଟିର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ।

ତେବେ ଇଟାଭାଟି ମାଲିକ କଣ ପାଇଁ ନିଜ ଭାଟି ନିକଟରେ ପୋଖରୀଟି ରଖିଛନ୍ତି ଏବଂ ଶ୍ରମିକଙ୍କ ସୁରକ୍ଷା ପାଇଁ ପୂର୍ବରୁ କୌଣସି ପଦକ୍ଷେପ ନେଇନଥିବା ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି ।

   Related Posts