ଗାଁ ଗାଁରେ ଥଣ୍ଡା ଜ୍ଵରରେ କମ୍ପୁଛନ୍ତି ଶିଶୁ, ସପ୍ତାହକ ମଧ୍ୟରେ କରୋନାରେ ଆକ୍ରାନ୍ତ ହେଲେଣି ୩ ଶିଶୁ

Published By : Prameya-News7 Bureau | October 02, 2021 IST

ପାଟଣା ୦୨।୧୦: କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। କରୋନାର ଦ୍ୱିତୀୟ ଲହର ଯାଇସାରିଛି । ଆଗାମୀ ଦିନରେ କରୋନାର ତୃତୀୟ ଲହର ବିଶେଷ ରୂପେ ଶିଶୁଙ୍କ ଉପରେ ପ୍ରଭାବ ପଡିବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

ଖବର ଅନୁଯାୟୀ, ଦ୍ଵିତୀୟ ଲହର ପରେ ଏବେ  ପାଟଣା ବ୍ଲକ ଅଞ୍ଚଳରେ ଗାଁ ଗାଁ ରେ ଶିଶୁ ମାନେ ଥଣ୍ଡା ଜ୍ୱର କାଶ ଛିଙ୍କରେ ଆକ୍ରାନ୍ତ ହୋଇଛନ୍ତି । ଏକ ସପ୍ତାହ  ମଧ୍ୟରେ ପାଟଣା ବ୍ଲକରେ ୩ଜଣ ଶିଶୁ କରୋନା ପିଜେଟିଭ ଚିହ୍ନଟ ହୋଇଥିବା ପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପାଟଣା ବ୍ଲକର ବଲାଣିପଶି ଗ୍ରାମର ୮ ଦିନର ଶିଶୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ଡଳଙ୍ଗ ଓ ଜମୁନଳିଆ ଗାଁର ଏକ ମାସର ଦୁଇ ଶିଶୁ କୋଭିଡ଼ରେ ଆକ୍ରାନ୍ତ ହୋଇଛନ୍ଚି । କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ଶିଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.