ଶିଶୁ ସୁରକ୍ଷା ସଚେତନା ରଥର ଉଦ୍ଘାଟନ
23/12/2020 at 2:00 PM

ଭଦ୍ରକ ୨୩।୧୨ : ଶିଶୁ ସୁରକ୍ଷା ସଚେତନା ରଥର ଉଦ୍ଘାଟନ ହୋଇଛି । ଏହି ରଥ ଜିଲ୍ଲା ସାରା ପରିକ୍ରମା କରି ଲୋକଙ୍କୁ ସଚେତନ କରାଇବ । ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଜିଲ୍ଲାପାଳ ଏହି ରଥକୁ ଉଦ୍ଘାଟନ କରିଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତାଙ୍କ ସହ ବହୁ ଅତିଥି ଏହି ଉଦ୍ଘାଟନ ଅବସରରେ ଉପସ୍ଥିତ ରହିଥିଲେ । ଶିଶୁଙ୍କୁ ଯୌନ ନିର୍ଯାତନା ଓ ଶୋଷଣ ବନ୍ଦ ସହ ପୌଷ୍ୟ ସନ୍ତାନ ଗ୍ରହଣ ନେଇ ସଚେତନତା ସୃଷ୍ଠି କରିବ ଏହି ରଥ ।
Related Posts
ବୋଲେରୋ ଧକ୍କାରେ ଜଣେ ମୃତ
25 January 2021
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021