Wednesday, January 16, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସିରିଆ ସଙ୍କଟ : MUDDA

ସିରିଆ ଆକାଶରେ ଘନଉଛି ଯୁଦ୍ଧର କଳା ବାଦଲ। ନୀରିହ ସାଧାରଣ ଜନତାଙ୍କ ଉପରେ ରାସାୟନକି ଅସ୍ତ୍ର ପ୍ରୟୋଗ ନେଇ ପାଶ୍ଚାତ୍ୟ ଦେଶଗୁଡିଗ ଖପ୍ପା। ସିରିଆ ସଙ୍କଟ ନେଇ ରଷିଆକୁ ଟାର୍ଗେଟ କରିଛିନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଲଡ ଟ୍ରମ୍ପ। ଏବେ ସିଧା ସିଧା ଯୁଦ୍ଧ ଧମକ ଦେଇଛନ୍ତି ଟ୍ରମ୍ପ। ସିରିଆ ରାଷ୍ଟ୍ରପତି ବସର ଅଲ ଆସାଦଙ୍କୁ ଅକୁଣ୍ଠ ସାମରିକ ସମର୍ଥନ ଦେଇଆସୁଥିବା ରଷିଆ ଯଦି ତାର ସାମରିକ କାର୍ଯ୍ୟ ବନ୍ଦ ନ କରେ, ତେବେ ଆମେରିକା ପ୍ରଚଣ୍ଡ କ୍ଷେପଣାସ୍ତ୍ର ମାଡ କରିବ ବୋଲି ଟ୍ହିଟରରେ ଧମକାଇଛନ୍ତି ଟ୍ରମ୍ପ। ସିରିଆକୁ ଆସୁଥିବା ସମସ୍ତ କ୍ଷେପଣାସ୍ତ୍ରକୁ ବାୟୁ ସୁରକ୍ଷା ବ୍ୟବସ୍ଥା ଦ୍ବାରା ଧ୍ବଂସ କରାଯିବ ବୋଲି ରଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟନିଙ୍କ ଧମକର ଜବାବରେ ଟ୍ବିଟରରେ ଏମିତି ପାଲଟା ଧମକ ଦେଇଛନ୍ତି ଟ୍ରମ୍ପ। ସିରିଆ ରାଷ୍ଟ୍ରପତି ଅସଦଙ୍କୁ ପୁଟିନିଙ୍କ ସମର୍ଥନକୁ ଟ୍ରମ୍ପ କଡା ଭାଷାରେ ନିନ୍ଦା କରିଛନ୍ତି। ଟ୍ରମ୍ପଙ୍କ ଧମକ ପରେ ସିରିଆ  ପ୍ରସଙ୍ଗକୁ ନେଇ ଦୁଇ ମହାଶକ୍ତି ରଷିଆ ଓ ଆମେରିକା ମଧ୍ୟରେ ପ୍ରଥମ ଥର ପାଇଁ ମୁହାଁମୁହିଁ ଯୁଦ୍ଧର ସମ୍ଭାବନା ସୃଷ୍ଚି ହୋଇଛି। ତେବେ ଆମେରିକାର କ୍ଷେପଣାସ୍ତ୍ର ଦୁର୍ବଳ ଓ ପୁରୁଣା ବୋଲି ଯଦି ରଷିଆ ଭାବୁଥାଏ ତେବେ ଏହା ରୁଷର ମସ୍ତବଡ ଭୁଲ ବୋଲି ଟ୍ରମ୍ପ କହିଛନ୍ତି। କାରଣ ଆମେରିକାର କ୍ଷେପଣାସ୍ତ୍ରଗୁଡିକ ନୂତନ ଏବଂ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହେବ ବୋଲି ଡରାଇଛନ୍ତି ଟ୍ରମ୍ପ। ଏବଂ ଖୁବଶୀଘ୍ର ସିରିଆର ଉପରେ ଏହାକୁ ମାଡ କରାଯିବ ବୋଲି ଟ୍ରମ୍ପ କହିଛନ୍ତି। ରାସାୟନିକ ଆକ୍ରମଣ ଘଟଣାରେ ଆମେରିକାକୁ ସମର୍ଥନ କରିଛି ବ୍ରିଟେନ,ଫ୍ରାନ୍ସ,ଇସ୍ରାଏଲ। ସେପଟେ ସିରିଆ ପ୍ରସଙ୍ଗରେ ରଷିଆକୁ ସମର୍ଥନ କରୁଛି ଇରାନ୍। ସିରିଆ ପ୍ରସଙ୍ଗକୁ ଯଦି ଠିକଣାଭାବେ ସମାଧାନ କରାନଯାଏ ତେବେ ତୃତୀୟ ବିଶ୍ବଯୁଦ୍ଧ ସମ୍ଭାବନାକୁ ଏଡାଇଯାଇ ନପାରେ।

429 Views

   You May Also Like