Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କଳ୍ପନା ଚାୱଲାଙ୍କ ପରେ ମହାକାଶ ଯିବେ ଭାରତୀୟ ବଂଶୋଭବ ଶିରିଶା ବାନ୍ଦଲା ; ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା ତଥ୍ୟ…

2/07/2021 at 9:18 PM

ନୂଆଦିଲ୍ଲୀ ୦୨/୦୭ : ଭର୍ଜିନ୍ ଗାଲାକ୍ଟିକର ପ୍ରତିଷ୍ଠାତା ତଥା ଶିଳ୍ପପତି ରିଚାର୍ଡ ବ୍ରାନସନ ତାଙ୍କର ପ୍ରଥମ ମହାକାଶ ଯାତ୍ରା ସମ୍ପର୍କରେ ଘୋଷଣା କରିଛନ୍ତି। ରିଚାର୍ଡ ଜୁଲାଇ ୧୧ ତାରିଖରେ ମହାକାଶ ଯାତ୍ରା ଆରମ୍ଭ କରିବେ ବୋଲି ଜଣାପଡିଛି । ତେବେ ତାଙ୍କ ସହ ଏହି ମହାକାଶ ଯାତ୍ରାରେ ଜଣେ ଭାରତୀୟ ବଂଶୋଭବ ଝିଅ ମଧ୍ୟ ରହିବେ।

ସୂଚନା ଅନୁଯାୟୀ, ଭାରତରେ ଜନ୍ମ ଗ୍ରହଣ କରିଥିବା ଶିରିଶା ବାନ୍ଦଲା ଜୁନ୍ ୧୧ରେ ମହାକାଶ ଯାତ୍ରା କରିବେ। ଶିରିଶା ଭର୍ଜିନ ଗାଲାକ୍ଟିକ୍ କମ୍ପାନୀରେ ସରକାରୀ ବ୍ୟାପାର ଓ ରିସର୍ଚ୍ଚ ଅପରେସନ ବିଭାଗର ଉପସଭାପତି ଭାବେ କାର୍ଯ୍ୟ କରନ୍ତି। ବ୍ରାନସନଙ୍କ ମହାକାଶ ଯାଉଥିବା ଅନ୍ୟ ୫ ଜଣ ସଦସ୍ୟଙ୍କ ମଧ୍ୟରେ ରହିଛନ୍ତି ଶିରିଶା । ଭାରତରେ ଦ୍ବିତୀୟ ମହିଳା ଭାବେ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି। ତାଙ୍କ ପୂର୍ବରୁ ପ୍ରଥମ ଭାରତୀୟ ଭାବେ କଳ୍ପନା ଚାୱଲା ମହାକାଶ ଯାତ୍ରା କରିଥିଲେ। କିନ୍ତୁ ପୃଥିବୀ ପୃଷ୍ଠ ଛୁଇଁବା ପୂର୍ବରୁ ସ୍ପେସ୍ ସଟଲ କଲମ୍ବିଆ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିଲେ ।

ତେବେ ଶିରିଶା ବାନ୍ଦଲା ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜନ୍ମ ଗ୍ରହଣ କରିଛନ୍ତି। ଶିରିଶା ଭାରତରେ ଜନ୍ମ ହୋଇଥିଲେ ମଧ୍ୟ ଆମେରିକା ନାଗରିକ ଅଟନ୍ତି ।  ସେ ୨୦୧୫ ମସିହାରେ ସରକାରୀ ବ୍ୟାପାର ମ୍ୟାନେଜର ଭାବେ ଭର୍ଜିନ ଗାଲାକ୍ଟିକରେ ଯୋଗ ଦେଇଥିଲେ। ନିଜର ପରିଶ୍ରମ ବଳରେ ସେ କମ୍ପାନୀର ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ଶିରିଶା ୱାଶିଂଟନ ଅପରେସନର ଭର୍ଜିନ୍ ଅରବିଟ ଦାୟିତ୍ବରେ ଅଛନ୍ତି । ଏହି ସଂସ୍ଥା ନିକଟରେ ବୋଇଙ୍ଗ ୭୪୭ ବିମାନ ସାହାଯ୍ୟରେ ମହାକାଶକୁ ଏକ ଉପଗ୍ରହ ଉତକ୍ଷେପଣ କରିଥିଲା।  ଶିରିଶାଙ୍କ ସମ୍ପର୍କୀୟ କହିଛନ୍ତି, ଏହା “ଆମ ପାଇଁ ସବୁଠାରୁ ବଡ଼ ଓ ଗର୍ବର କଥା ହେଉଛି ଯେ ଶିରିଶା ରିଚାର୍ଡଙ୍କ ସହ ମହାକାଶକୁ ଯାଉଛନ୍ତି। ଆମେ ତାଙ୍କର ସୁରକ୍ଷିତ ଯାତ୍ରା କାମନା କରୁଛୁ।”

ତେବେ ଭର୍ଜିନ ଗାଲାକ୍ଟିକର ରିଚାର୍ଡଙ୍କ ମହାକାଶ ଗସ୍ତର ୯ ଦିନ ପରେ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସଙ୍କ ମହାକାଶ ଯାତ୍ରା କରିବାକୁ ଯୋଜନା କରିଛନ୍ତି। ଭର୍ଜିନ ଗାଲକ୍ଟିକ ଗୁରୁବାର ସନ୍ଧ୍ୟାରେ ଘୋଷଣା କରିଛି ଯେ ଏହାର ପରବର୍ତ୍ତୀ ମହାକାଶ ବିମାନ ଜୁଲାଇ ୧୧ରେ ଉଡ଼ାଣ ଭରିବ। ଏଥିରେ କମ୍ପାନୀର ପ୍ରତିଷ୍ଠାତାଙ୍କ ସହ ମୋଟ ୬ ଜଣ ରହିବେ। ଏହି ମହାକାଶଯାନ ନ୍ୟୁ ମେକ୍ସିକୋରୁ ଉଡ଼ାଣ ଭରିବ। ଭର୍ଜିନ୍ ଗାଲାକ୍ଟିକର ମହାକାଶକୁ ଏହା ଚତୁର୍ଥ ବିମାନ ହେବ ।

   Related Posts