Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ନିଜ ଦଳର ବ୍ୟାଟସମ୍ୟାନଙ୍କୁ ସତର୍କ କରାଇଲେ ମହମ୍ମଦ ସିରାଜ, କହିଲେ- ସାବଧାନ ! ପିଚ୍‌ରେ ଫାଟ ସୃଷ୍ଟି ହୋଇଛି

18/01/2021 at 8:33 PM

ବ୍ରିସବେନ ୧୮।୦୧: ନିଜ ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ୫ ଓ୍ଵିକେଟ୍ ନେବା ପରେ ମହମ୍ମଦ ସିରାଜ ଭାବୁକ ହୋଇ ପଡିଥିଲେ। ତାଙ୍କୁ ନିଜର ଭାବନା ବ୍ୟକ୍ତ କରିବା ସହଜ ନଥିଲା। ମାତ୍ର ଏହି ଦ୍ରୁତ  ବୋଲର ସୋମବାର ଭାରତୀୟ ବ୍ୟାଟସମ୍ୟାନଙ୍କୁ ଗାବାର ପିଚ୍‌କୁ ନେଇ ସତର୍କ କରାଇଛନ୍ତି। ସେ କହିଛନ୍ତି ଯେ, ପିଚ୍‌ରେ ହାଲୁକା ଫାଟ ସୃଷ୍ଟି ହୋଇଛି।

ସିରାଜ୍ ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆର ଦ୍ଵିତୀୟ ଇନିଂସରେ ୭୩ ରନ ଦେଇ ୫ ଓ୍ଵିକେଟ୍ ନେଇଛନ୍ତି। ଘରୋଇ ଦଳ ଦ୍ଵିତୀୟ ଇନିଂସରେ ୨୯୪ ରନରେ ଅଲଆଉଟ୍ ହୋଇ ଭାରତ ସମ୍ମୁଖରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୩୨୮ ରନର ବିଜୟ ଲକ୍ଷ୍ୟ ରଖିଛି। ସିରାଜଙ୍କ ମତରେ ପିଚ୍‌ର ଅନେକ ଜାଗାରେ ଫାଟ ସୃଷ୍ଟି ହୋଇଛି। ଫଳରେ ପିଚ୍‌ରେ ଅସମାନ ବାଉନ୍ସ ଦେଖିବାକୁ ମିଳିଛି।

ସିରାଜ ସୋମବାର ଭର୍ଚୁଆଲ ପ୍ରେସ କନଫରେନ୍ସରେ କହିଛନ୍ତି, ଯେବେ ବିପକ୍ଷ ଦଳ ବୋଲିଂ କରିବେ  ନିଶ୍ଚିତ ରୂପେ ପିଚ୍‌ରେ ଫାଟ ଯୋଗୁଁ ବ୍ୟାଟସମ୍ୟାନଙ୍କ ମନରେ ବ୍ୟାଟିଂ ବେଳେ କିଛିଟା ଭ୍ରମାତ୍ମକ ଭାବନା ସୃଷ୍ଟି ହେବ। ଖେଳର ଶେଷ ଦିନରେ ହିଁ ପିଚ୍ କେମିତି ବ୍ୟବହାର କରିବ ଦେଖିବାକୁ ବାକି ରହିଲା।

ସେ କହିଛନ୍ତି, ଆମର ଲକ୍ଷ୍ୟ ସିରିଜ୍ ଜିତିବା ଉପରେ ରହିଛି। ବିଶେଷ କରି ଏତେ ଖେଳାଳି ଆହତ ହେବା ସତ୍ଵେ ଆମ ଦଳ ପ୍ରଥମ ଇନିଂସରେ ଆୟୋଜକ ଦଳକୁ ଚ୍ୟାଲେଞ୍ଜ ଦେଇଛି। ସିରାଜ ସଟ୍‌ ପିଚ୍ ବଲରେ ଷ୍ଟିଭ୍ ସ୍ମିଥ୍‌ଙ୍କ ଓ୍ଵିକେଟ୍ ନେଇଛନ୍ତି। ସିରାଜ କ୍ରମାଗତ ସହଯୋଗ, ସମର୍ଥନ ଓ ମନୋବଳ ବୃଦ୍ଧି ପାଇଁ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କୁ କୃତଜ୍ଞତା ଜଣାଇଛନ୍ତି।

   Related Posts