Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ମରିସସ୍‌ର ପୂର୍ବତନ ରାଷ୍ଟ୍ରପତି ପଦ୍ମ ବିଭୂଷଣ ସାର୍‌ ଅନୀରୁଧ ଜୁଗନୌଥଙ୍କ ପରଲୋକ

3/06/2021 at 11:41 PM

ଭୁବନେଶ୍ବର ୩/୬: ମିରିସସ୍‌ର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ପଦ୍ମବିଭୂଷଣ ସାର ଅନୀରୁଧ ଜୁଗନୌଥଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସାର ଅନୀରୁଧଙ୍କ ମୃତ୍ୟୁ କାରଣ ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। ତେବେ ଅନୀରୁଧ ଜୁଗନୌଥଙ୍କ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଥିବା ନେଇ କୁହାଯାଉଛି।

ସାର ଜୁଗନୌଥଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  ଭାରତୀୟ ବଂଶୋଦ୍ଭବ ପଦ୍ବ ବିଭୂଷଣ ସାର ଅନୀରୁଧ ଜୁଗନୌଥ ଆଧୁନିକ ମରିସସ୍‌ର ସ୍ରଷ୍ଟା ଜଣେ ମହାନ ପ୍ରବାସୀ ଭାରତୀୟ ବୋଲି ଲେଖିବା ସହ ଟ୍ବିଟ୍‌ର ମାଧ୍ୟମରେ ତାଙ୍କର ପରିବାର ତଥା ମରିସସ୍‌ର ଲୋକଙ୍କୁ ସମବେଦନା ଜଣାଇଛନ୍ତି ମୋଦୀ। ଶେଷରେ ମୋଦି ଲେଖିଛନ୍ତି ‘ଓମ୍‌ ଶାନ୍ତି’ ।

ୟୁରୋପୀୟ ୟୁନିୟନର ମରିସସ୍ ରାଷ୍ଟ୍ରଦୂତ ଭିନ୍ଲେଣ୍ଟ ଡେଜର୍ଟ ଟ୍ୱିଟ୍ କରି ଏହି ସୂଚନା ଦେବା ସହିତ ଅନୀରୁଧଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି।

   Related Posts