Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଅକ୍ଟୋବର ୨ ତାରିଖରୁ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ନିଷିଦ୍ଧ, ବ୍ୟବହାର କଲେ ଦେବାକୁ ହେବ ଜରିମାନା

1/10/2019 at 6:28 PM

ଭୁବନେଶ୍ୱର /କଟକ ୦୧।୧୦- ଗାନ୍ଧି ଜୟନ୍ତୀରୁ ସାରା ଦେଶରେ ନିଷିଦ୍ଧ ହେବ ପ୍ଲାଷ୍ଟିକ୍ । ଏହି ନିୟମ କଡାକଡି ପାଳନ ହେବାକୁ ଯାଉଛି । ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ବାରୋପ କରିବା ପରେ କାଲିଠାରୁ ଏହା ଲାଗୁ ହେବାକୁ ଯାଉଛି । ସେହିପରି ରାଜ୍ୟ ସରକାର ବି ନୋ ପ୍ଲାଷ୍ଟିକ୍ ଡାକରା ଦେଇଛନ୍ତି । ପଲିଥିନ୍ ବ୍ୟାଗ, ପ୍ଲାଷ୍ଟିକ୍ ବୋତଲ ଏବଂ ପ୍ଲାଷ୍ଟିକ୍ ବ୍ୟାଗ୍ ଭଳି ୟୁଜ୍ ଆଣ୍ଡ ଥ୍ରୋ ପ୍ଲାଷ୍ଟିକ ସାମଗ୍ରୀ ଉପରେ କାଲିଠାରୁ କଟକଣା ଲାଗିବ । ନିୟମ ନମାନିଲେ ଦେବାରୁ ହେବ ଜରିମାନା। …

ଅକ୍ଟୋବର ୨ ତାରିଖରୁ ପ୍ଲାଷ୍ଟିକ୍ ବ୍ୟାନ୍ । ବନ୍ଦ ହେବ ସିଙ୍ଗଲ୍ ୟୁଜ ପ୍ଲାଷ୍ଟିକ୍ । ପଲିଥିନ୍ ବ୍ୟାଗ୍, ପ୍ଲାଷ୍ଟିକ୍ ବୋତଲ ଏବଂ ପ୍ଲାଷ୍ଟିକ୍ ବ୍ୟାଗ ଭଳି ୟୁଜ୍ ଆଣ୍ଡ ଥ୍ରୋ ପ୍ଲାଷ୍ଟିକ୍ ସାମଗ୍ରୀ ଉପରେ କଟକଣା ଲାଗିବ । କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ରାଜ୍ୟ ସରକାର ମଧ୍ୟ ପାଳନ କରିବାକୁ ଯାଉଛନ୍ତି । ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ବ୍ୟବହାର କଲେ ୧ ଲକ୍ଷ ଟଙ୍କା ଯାଏ ଜରିମାନା ଦେବାକୁ ପଡିବ । ଏପରିକି୫ ବର୍ଷ ଜେଲ୍ ଦଣ୍ଡ ହେବ । ୧୯୮୬ ଆଇନ ଅନୁସାରେ ବ୍ୟବହାରକାରୀଙ୍କୁ ଦଣ୍ଡ ବିଧାନ କରାଯିବ । ଗତବର୍ଷ ୫ଟି ମହାନଗର ନିଗମରେ ଲାଗୁ ହୋଇଥିଲା ନିୟମ ।ଏଣିକି ବିଭିନ୍ନ ସ୍ଥାନରେ ଚଢ଼ାଉ କରିବ ଗୃହ ଉନ୍ନୟନ ବିଭାଗ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସ୍ବତନ୍ତ୍ର ସ୍କ୍ବାଡ୍ ।

 ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ସାରା ଦେଶରେ ଏହି ନିୟମ କଡ଼ାକଡ଼ି ପାଳନ ହେବାକୁ ଯାଉଛି । ଦିଲ୍ଲୀରେ ବସିଥିବା କ୍ଲାଇମେଟ୍ ଚେଞ୍ଜ ମିଟିଂରେ ପ୍ରଧାନମନ୍ତ୍ରୀ ମୋଦି ଏନେଇ ଆଗରୁ ଘୋଷଣା କରିସାରିଛନ୍ତି । ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ବିଭିନ୍ନ ସରକାରୀ ଅଫିସ୍‌ରେ ଆଉ ବ୍ୟବହାର ହେବନାହିଁ । ୨୦୨୨ ସୁଦ୍ଧା ପୂରା ଭାରତରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ।

ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ବନ୍ଦକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି । ଲୋକେ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିଛନ୍ତି । ହେଲେ ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛନ୍ତି । ପୂର୍ବରୁ ମଧ୍ୟ ସରକାର କେତେକ ସହରରେ ଏହାକୁ ବନ୍ଦ କରିବା ପାଇଁ ପଦକ୍ଷେପ ନେଇଥିଲେ ମଧ୍ୟ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ଉପରେ କଟକଣା ଲାଗି ପାରିନାହିଁ ।ଗୋଟିଏ କଥା ହୋଇଛି ଲୋକେ ନିଜ ଆଡୁ ବିକଳ୍ପ ମାଗିବା ଆରମ୍ଭ କରିଛନ୍ତି। 

ପ୍ଲାଷ୍ଟିକ୍ ବ୍ୟାଗ୍ ବଦଳରେ କାଗଜ ବ୍ୟାଗ, କପ୍,  ବ୍ୟବହାର ଉପରେ ଗୁରୁତ୍ବ ବଢିବ । ତେବେ ପ୍ଲାଷ୍ଟିକକୁ ନେଇ ଗଢି ଉଠିଥିବା ବିଭିନ୍ନ ଶିଳ୍ପ ବନ୍ଦ ହେବ । ଏହି ଶିଳ୍ପକୁ ନେଇ ବଞ୍ଚୁଥିବା ଅନେକ ଲୋକ ଜୀବିକା ହରାଇବେ । ଏମାନଙ୍କ ପାଇଁ ସରକାର କିଛି ବ୍ୟବସ୍ଥା କରିଛନ୍ତି କି ? ଏମିତି କିଛି ପ୍ରଶ୍ନ ଏବେ ଉଠିଛି ।

   Related Posts