Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଟ୍ରେନ ଡବାରୁ ପ୍ଲାଷ୍ଟିକ ବୋତଲ ସଂଗ୍ରହ କରିବେ କ୍ୟାଟରିଂ ଷ୍ଟାଫ, ନିଷେଧ ହେବ ସିଙ୍ଗିଲ ୟୁଜ୍‌ ପ୍ଲାଷ୍ଟିକ

21/08/2019 at 4:37 PM

ନୂଆଦିଲ୍ଲୀ .-  ଟ୍ରେନମାନଙ୍କରେ  ଯଥା ସମ୍ଭବ କମ୍ ପ୍ଲାଷ୍ଟିକ ବ୍ୟବହାର କରିବା ପାଇଁ ରେଳ ମନ୍ତ୍ରାଳୟ ନିର୍ଦେଶ ଦେଇଛି ।  ଅକ୍ଟୋବର ୨ ତାରିଖ ସୁଦ୍ଧା ରେଳରେ ପ୍ଲାଷ୍ଟିକ ସାମଗ୍ରୀ ଉପରେ କଟକଣା ଲଗାଇବାପାଇଁ ରେଳ ବିଭାଗ  ନିଷ୍ପତ୍ତି ନେଇଛି ।  ଅକ୍ଟୋବର ୨ ତାରିଖଠାରୁ ରେଳ ବିଭାଗରେ ନିୟମ ଅନୁସାରେ  ପ୍ଲାଷ୍ଟିକ ଉପରେ କଟକଣା ଲାଗିବ ।

 ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ବା ଥରେ ମାତ୍ର ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ ସାମଗ୍ରୀ ଉପରେ  କଟକଣା ଜାରି କରାଯିବ ।ରଳ ବିଭାଗ ସାରା ଦେଶରେ ପ୍ଲାଷ୍ଟିକ ବ୍ୟାଗ ଓ ପଲିଥିନ ନିଷେଧ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଯାତ୍ରୀମାନେ ବ୍ୟବହାର କରୁଥିବା ଖାଲି ପ୍ଲାଷ୍ଟିକ ପାଣିବୋତଲକୁ କ୍ୟାଟରିଂ କର୍ମଚାରୀ ସଂଗ୍ରହ କରି ଏହାକୁ ରି ସାଇକିଲିଂ ପାଇଁ ନେବେ ।

ଆଗକୁ ପରିବେଶକୁ ସୁହାଉଥିବା  ବ୍ୟାଗ ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରାଯିବା ଉପରେ ରେଳ ବିଭାଗ ଗୁରୁତ୍ୱାରୋପ କରିଛି । ସମସ୍ତ ବଡ ଷ୍ଟେସନରେ ପାଷ୍ଟିକ ବୋତଲକୁ ନଷ୍ଟ କରିବା ସହ ରି ସାଇକେଲିଂ ପାଇଁ ପ୍ରସ୍ତୁତ କରିବା ମେସିନ ଲଗାଯିବ

 ରେଳ ବୋର୍ଡ ଆଇଆରସିଟିସିକୁ ରେଳ ଡବାମାନଙ୍କରୁ ସମସ୍ତ ଖାଲି ପ୍ଲାଷ୍ଟିକ ବୋତଲ ସଂଗ୍ରହ କରିନେବା ପାଇଁ ନିର୍ଦେଶ ଦେଇଛି ।

୫୦ ମାଇକ୍ରୋନରୁ କମ୍‌ ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର ନକରିବା ପାଇଁ ନିର୍ଦେଶ ଦିଆଯାଇଛି ।

   Related Posts