Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଜାନୁଆରୀ ୧ରୁ ବନ୍ଦ ହୋଇଯିବ ପ୍ଲାଷ୍ଟିକ୍‌ରେ ପ୍ରସ୍ତୁତ ଏ ସବୁ ଜିନିଷ, ଜାଣନ୍ତୁ କ’ଣ ରହିଛି ସରକାରଙ୍କ ଯୋଜନା

23/07/2021 at 6:27 PM

ନୂଆଦିଲ୍ଲୀ, ୨୩/୦୭: ଦିନକୁ ଦିନ ଚିନ୍ତା ବଢ଼ାଉଛି ପ୍ଲାଷ୍ଟିକ୍‌ । ଏହାର ବ୍ୟବହାର ଏଭଳି ମାତ୍ରାରେ ହେଉଛି ଯେ, ପ୍ଲାଷ୍ଟିକ୍‌ ଜିନିଷ ବିନା ମଣିଷା ବଞ୍ଚିବା ମୁସ୍କିଲ୍‌ ହୋଇପଡ଼ିଛି । ଏହାରି ଭିତରେ ସରକାର ଆଗାମୀ ବର୍ଷର ଆରମ୍ଭରୁ କିଛି ନିୟମ ଆଣିବାକୁ ଯାଉଛନ୍ତି । ଚକୋଲେଟ୍ ଏବଂ ଆଇସ୍‌କ୍ରିମ୍‌ରେ ଲାଗୁଥିବା ପ୍ଲାଷ୍ଟିକ୍‌ ଷ୍ଟିକ୍‌ ସମେତ ଛୋଟ ଛୋଟ ପ୍ଲାଷ୍ଟିକ୍‌ର କିଛି ଜିନିଷ ୧ ଜାନୁଆରୀ ୨୦୨୨ରୁ ବ୍ୟାନ୍‌ କରାଯିବ ।

ସରକାର ଶୁକ୍ରବାର ସଂସଦରେ ଏହି ସୂଚନା ଦେଇଛନ୍ତି । ଚକୋଲେଟ୍ ଏବଂ ଆଇସ୍‌କ୍ରିମ୍‌ ଛଡ଼ା ପ୍ଲାଷ୍ଟିକ କପ୍‌, ଗ୍ଲାସ୍‌ ସହିତ ଅନେକ ଜିନିଷ ଉପରେ ପ୍ରତିବନ୍ଧକ ଲଗାଇବେ । ଯାହାକୁ ବ୍ୟବହାର କରିବା ପାଇଁ ଅଧିକ ଦାମ୍‌ ଦେବାକୁ ପଡ଼ିବ ।

ଥରେ ମାତ୍ର ବ୍ୟବହାର କରି ଫିଙ୍ଗି ଦେଉଥିବା ପ୍ଲାଷ୍ଟିକ୍‌କୁ ନେଇ ଉଠିଥିବା ଏକ ପ୍ରଶ୍ନର ଉତ୍ତରରେ ପର୍ଯ୍ୟାବରଣ ରାଜ୍ୟ ମନ୍ତ୍ରୀ ଅଶ୍ୱୀନ ଚୌବେ କହିଛନ୍ତି ଯେ, ଚଳିତ ବର୍ଷ ଜାରି ହୋଇଥିବା ନୋଟିଫିକେଶନ ମୁତାବିକ, ଚିହ୍ନିତ ହୋଇଥିବା କିଛି ପ୍ଲାଷ୍ଟିକ୍ ଜିନିଷର ଉତ୍ପାଦନ, ଷ୍ଟକ୍‌, ବିତରଣ, ବିକ୍ରି ଏବଂ ବ୍ୟବହାର ଉପରେ ଜାନୁଆରୀ , ୨୦୨୨ରୁ ପ୍ରତିବନ୍ଧକ ଲଗାଯିବ ।

ତେବେ ଏହି ଜିନିଷ ମାନଙ୍କ ଭିତରେ ପ୍ଲାଷ୍ଟିକ୍ କାନ ସଫା, ବେଲୁନ୍ ପାଇଁ ପ୍ଲାଷ୍ଟିକ୍ ଷ୍ଟିକ୍, ଚକୋଲେଟ୍ ଏବଂ ଆଇସ୍କ୍ରିମ୍‌ରେ ବ୍ୟବହୃତ ପ୍ଲାଷ୍ଟିକ୍ ଷ୍ଟିକ୍, ସାଜସଜ୍ଜା ଥର୍ମୋକଲ୍ ଜାନୁୟାରୀ ୧ ରୁ ନିଷେଧ ହେବ । ତା’ପରେ ପ୍ଲେଟ୍, କପ୍, ଗ୍ଲାସ୍, ଚାମଚ, ଛୁରୀ, ପାତ୍ର, ଟ୍ରେ, ପ୍ଲାଷ୍ଟିକ୍ / ପିଭିସି ବ୍ୟାନର (୧୦୦ ମାଇକ୍ରନ୍ ରୁ କମ୍) ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ନିଷିଦ୍ଧ ହେବ ବୋଲି ଆଶା କରାଯାଉଛି ।

   Related Posts