Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

Jawa Perakକୁ ଟକ୍କର ଦେବା ପାଇଁ Royal Enfield ଲଂଚ କଲା ସିଙ୍ଗଲ ସିଟ୍ ଗାଡି Classic 350, ଜାଣନ୍ତୁ ଦାମ

18/11/2019 at 4:46 PM

ଭାରତୀୟ ମୋଟରସାଇକିଲ କମ୍ପାନୀ Royal Enfield ନୂଆ ସିଙ୍ଗଲ ସିଟ୍‌ ଗାଡି ଲଂଚ କରିଛି। ଏହି ସିଙ୍ଗଲ ସିଟ୍‌ ଗାଡିର ନାଁ ହେଉଛି Royal Enfield Classic 350। ଏହି ମୋଟରସାଇକିଲ ୨ଟି ରଂଗରେ ଉପଲବ୍ଧ କରାଯାଇଛି। ସୂଚନାଯୋଗ୍ୟ ଯେ, ନିକଟରେ ମୋଟରସାଇକିଲ ନିର୍ମାଣ କମ୍ପାନୀ Jawa ମଧ୍ୟ ନୂଆ ବାଇକ ଲଂଚ କରିଛି ଯାହାର ନାଁ ହେଉଛି Jawa Perak। ଏହି ଗାଡିକୁ ଟକ୍କର ଦେବା ପାଇଁ Royal Enfield ନୂଆ ସିଙ୍ଗଲ ସିଟ୍‌ ଗାଡି Royal Enfield Classic 350 ବଜାରରେ ଲଂଚ କରିଛି।

Royal Enfield ଏହି ନୂଆ ଗାଡିର ଫିଚର୍ସ ଉପରେ ବହୁତ ଧ୍ୟାନ ଦେଇଛି। ଏହି ଗାଡିରେ ନୂଆ Alloy ହୁଇଲ୍‌, ଫୁଏଲ ଟ୍ୟାଙ୍କ ଷ୍ଟିକର, ଏୟାର ଫ୍ଲାଏ ଇଞ୍ଜିନ ଗାର୍ଡ ଭଳି ଫିଚର୍ସ ଦିଆଯାଇଛି। ଏହା ସହ କମ୍ପାନୀ ମୋଟରସାଇକିଲରେ ୨ ବର୍ଷର ୱାରେଣ୍ଟି ଦେଇଛି। Royal Enfield Classic 350 ଗାଡିରେ 346 ସିସିର ସିଙ୍ଗଲ ସିଲିଣ୍ଡର ଓ ଏୟାର କୁଲ୍ଡ ଇଞ୍ଜିନ ଦିଆଯାଇଛି। ଏହା ୫-ସ୍ପିଡ ଗିୟରବକ୍ସ 19.8 ବିଏଚପିର ପାୱାର ଦିଏ ଓ 28 ଏନ୍‌ଏମର ଟର୍କ ଜେନେରେଟ କରେ।

ଭାରତର ୬ଟି ସହରରେ Royal Enfield Classic 350 ଗାଡି ଉପଲବ୍ଧ କରାଯାଇଛି। ସହର ଗୁଡିକ ହେଉଛି ଦିଲ୍ଲୀ-ଏନସିଆର, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ପୁଣେ ଓ ହାଇଦ୍ରାବାଦ। ଗାଡିର ଏକ୍ସ ଶୋରୁମ ମୁଲ୍ୟ ୧.୪୫ ଲକ୍ଷ ଟଙ୍କା ରଖାଯାଇଛି। Royal Enfield ଗତ ଅନେକ ଦିନ ତଳୁ ଏହି ଗାଡିର ପ୍ରସ୍ତୁତି ଚଲାଇଥିଲା।

Jawa Perak ଗାଡିରେ ଡୁଆଲ ଚ୍ୟାନାଲ ଏବିଏସ ସହ ଆଗ ଓ ପଛ ହୁଇଲ୍‌ସରେ ଡିସ୍କ ବ୍ରେକ ରହିଛି। ଗାଡି ଆଗରେ ଇନଭର୍ଟେଡ୍‌ ଫକ୍ସ ଓ ପଛରେ ମୋନୋଶକ୍‌ ସସପେନ୍ସନ ଦିଆଯାଇଛି।

Perakରେ 334ସିସିର DOHC, ଲିକ୍ବିଡ କୁଲ୍ଡ ଇଞ୍ଜିନ ଯାହା ୩୦ ବିଏଚପି ପାୱାର ଓ ୩୧ ଏନଏମ୍‌ ଟର୍କ ଜେନେରେଟ କରେ। ଏଥିରେ ୬ଟି ସ୍ପିଡ ଟ୍ରାନ୍ସମିସନ ରହିଛି।

Perakରେ ୧୮ ଇଞ୍ଚ ଆଗ ହୁଇଲ ଓ ପଛରେ ୧୭ ଇଂଚର ରିଅର ହୁଇଲ୍ସ ଲାଗିଛି। Perakର ଦାମ ହେଉଛି ୧.୯୫ ଲକ୍ଷ । ଏହି ଗାଡିର ବୁକିଂ ୨୦୨୦ ମସିହା ଜାନୁଆରୀରୁ ଆରମ୍ଭ ହେବ। ହେଲେ ଗ୍ରାହକଙ୍କୁ ଏହି ଗାଡି ଏପ୍ରିଲ ମାସରେ ମିଳିବ।

   Related Posts