ଆଗାମୀ ଶିକ୍ଷା ବର୍ଷରୁ ସବୁ ମେଡିକାଲ କଲେଜରେ ପ୍ରବେଶ ଲାଗି ହେବ ଏକକ ପରୀକ୍ଷା

Published By : Prameya-News7 Bureau | October 04, 2019 IST

ନୂଆଦିଲ୍ଲୀ:  ଆଗାମୀ ଶିକ୍ଷା ବର୍ଷରୁ ସାରା ଦେଶରେ ସମସ୍ତ ମେଡିକାଲ କଲେଜରେ ଏମବିବିଏସ୍ ପାଠ୍ୟକ୍ରମରେ ପ୍ରବେଶ ଲାଗି ଏକକ ପରୀକ୍ଷା ହେବ। ଏମସ୍, ପିଜିଆଇ ଚଣ୍ଡିଗଡ ଅଥବା ପୁଡୁଚେରୀ ଜିପମେରେ ନାମଲେଖା ଲାଗି କୌଣସି ପୃଥକ ପରୀକ୍ଷା ହେବନି। ସମସ୍ତ ମେଡିକାଲ କଲେଜର ନାମଲେଖା କେବଳ ଏନଆଇଆଇଟି ପରୀକ୍ଷା ମାଧ୍ୟମରେ ହେବ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ।

{"id":166410,"width":582,"height":326}

ସଂସଦର ଗତ ମୌସୁମୀ ଅଧିବେଶନରେ ଆୟୁର୍ବିଜ୍ଞାନ ଆୟୋଗର ଗଠନ ନିମନ୍ତେ ସମୟ ନିର୍ଦ୍ଧାରିତ ହୋଇଥିଲା। ତେବେ ସମୟ ପୂର୍ବରୁ କରିବା ଲାଗି ଏବେ ଉଦ୍ୟମ କରାଯାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଏଣୁ ଆୟୋଗ ଆଗାମୀ ଶିକ୍ଷାବର୍ଷ ଆରମ୍ଭ ଅର୍ଥାତ ୨୦୨୦-୨୧ରୁ ଦେଶର ମେଡିକାଲ ଶିକ୍ଷାର ଡୋରୀ ସମ୍ଭାଳିବେ। ତେବେ ପ୍ରଥମେ ଆଶଙ୍କା କରାଯାଉଥିଲା ଏହି ବ୍ୟବସ୍ଥା ଲାଗୁ ହେବାକୁ ଦେଶରେ ସମୟ ଲାଗିବ। ହେଲେ ସବୁଠୁ କମ୍ ସମୟରେ ବ୍ୟବସ୍ଥା ଲାଗୁ ହେବାକୁ ଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

{"id":166411}

ଦେଶର ମେଡିକାଲ କଲେଜରେ ପ୍ରବେଶ ଲାଗି ଏକକ ପରୀକ୍ଷା ବ୍ୟବସ୍ଥା ଆୟୁର୍ବିଜ୍ଞାନ ଆୟୋଗ ନିୟମରେ ପୂର୍ବରୁ ରହିଛି।  ହେଲେ ଏହା କେବେଠାରୁ ଲାଗୁ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା। ତେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏ ନେଇ ସ୍ପଷ୍ଟ କରିଦେଇଛନ୍ତି। ଏଣୁ ଏଥିରୁ ଜାତୀୟ ଆୟୁର୍ବିଜ୍ଞାନ ଆୟୋଗ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇଯିବ ବୋଲି ଆଶା କରାଯିବା ନିଶ୍ଚିତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଏଥିଲାଗି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିବା ବେଳେ ଅକ୍ଟୋବର ୧୪ ତାରିଖ ଦିନ ଗଣମାଧ୍ୟମ ସମ୍ମୁଖରେ ସମ୍ପୂର୍ଣ୍ଣ ପାରଦର୍ଶିତାର ସହ ଲଟେରୀ ମାଧ୍ୟମରେ ଆୟୋଗଙ୍କ କାର୍ଯ୍ୟକର୍ତ୍ତା ନିର୍ଦ୍ଧାରିତ ହେବେ ବୋଲି ଡା. ହର୍ଷବର୍ଦ୍ଧନ କହିଛନ୍ତି। ଏଥିଲାଗି ଆଇନରେ ୯ ମସା ସମୟ ଦିଆଯାଇଥିଲା। ହେଲେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆୟୋଗ ଗଠିତ ହୋଇ ସାରିଥିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.