Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ସିଙ୍ଘୁ ସୀମାରେ କୃଷକ- ସ୍ଥାନୀୟ ଲୋକେ ମୁହାଁମୁହିଁ, ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସର ଲାଠିଚାର୍ଜ

29/01/2021 at 2:12 PM

ନୂଆଦିଲ୍ଲୀ,୨୯/୦୧:   ସିଙ୍ଘୁ ସୀମାରେ କୃଷକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଏପରିକି ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ କୃଷକ ଓ ସ୍ଥାନୀୟ ଲୋକଙ୍କ ଉପରେ ଲାଠିଚାର୍ଜ କରିଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ କୃଷକଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ ପ୍ରଦର୍ଶନ କରୁଥିବା ବେଳେ ଏହି ପରିସ୍ଥିତି ଉପୁଜିଥିଲା । ଉଭୟ ପରସ୍ପର ଉପରକୁ ପଥର ମାଡ କରିଥିଲେ ।

ପରିସ୍ଥିତି ଏତେ ବିଗିଡି ଯାଇଥିଲା ଯେ ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡିଥିଲା । ଉଭୟ ସ୍ଥାନୀୟ ଲୋକେ ଓ କୃଷକଙ୍କ ଉପରେ ଲାଠିଚାର୍ଜ ହୋଇଥିଲା । ଏବେ ବି ସେଠାରେ ପରିସ୍ଥିତି ଉତ୍ତେଜନାମୂଳକ ରହିଛି । ଅଧିକ ସଂଖ୍ୟାରେ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି ।

ସୂଚନାଯୋଗ୍ୟ, କୃଷକମାନଙ୍କ ଆନ୍ଦୋଳନ ଏବେ ପୁଣି ଜୋର୍ ଧରିବାରେ ଲାଗିଛି । ଗଣତନ୍ତ୍ର ଦିବସରେ ଘଟିଥିବା ହିଂସାକାଣ୍ଡ ପରେ ଆନ୍ଦୋଳନ କିଛି ମାତ୍ରାରେ ଥଣ୍ଡା ହୋଇଯାଇଥିଲା । ରାକେଶ ଟିକୈତଙ୍କ ଭାଷଣ ପରେ କୃଷକମାନେ ଜୋସରେ ଆସିଛନ୍ତି । ପଶ୍ଚିମ ଉତ୍ତର ପ୍ରଦେଶ ଓ ହରିୟାଣାର ଭିନ୍ନ ଭିନ୍ନ ସ୍ଥାନରୁ ଆସି କୃଷକମାନେ ଗାଜିପୁର ସୀମାରେ ଏକାଠି ହେଉଛନ୍ତି । ଏହାକୁ ନଜରରେ ରଖି ଦିଲ୍ଲୀର ଯେଉଁ ସବୁସ୍ଥାନରେ ଆନ୍ଦୋଳନ ହେଉଥିଲେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଆହୁରି ମଧ୍ୟ ମୁଜଫରନଗରରେ କୃଷକମାନେ ମହାପଞ୍ଚୟତର ଆୟୋଜନ କରିବେ ବୋଲି ଜଣାପଡିଛି ।

   Related Posts