Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସିଙ୍ଘୁ ବର୍ଡରରୁ ଗିରଫ ହେଲା ସୁଟର, କୃଷକ ନେତାଙ୍କୁ ହତ୍ୟା ପାଇଁ କରିଥିଲା ଯୋଜନା, ଦିଲ୍ଲୀ ପୋଲିସ ଉପରେ ଲଦିଲା ଦୋଷ

23/01/2021 at 8:55 AM

ନୂଆଦିଲ୍ଲୀ,୨୩/୦୧: ନୂଆ କୃଷି ଆଇନକୁ ରବ୍ଦ କରିବା ପାଇଁ ଦିଲ୍ଲୀ-ହରିୟାଣା ସିଙ୍ଘୁ ସୀମାରେ କୃଷକମାନେ ଆନ୍ଦୋଳନ କରୁଛନ୍ତି । ଶୁକ୍ରବାର ରାତ୍ରରେ ଏହିସ୍ଥାନରୁ ଜଣେ ସନ୍ଦିଗ୍ଧ ସୁଟରକୁ କିଛି କୃଷକ ଧରିଛନ୍ତି । ଗଣମଧ୍ୟମକୁ ପ୍ରତିକ୍ରିୟା ଦେଇ ସୁଟରଜଣଙ୍କ ଦିଲ୍ଲୀ ପୋଲିସ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଜାନୁଆରୀ ୨୬ରେ କିଛି ସମସ୍ୟା ହେଲେ ମଞ୍ଚରେ ଥିବା ୪ କୃଷକ ନେତାଙ୍କୁ ହତ୍ୟା ପାଇଁ ତାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛି ।

ଧରାପଡିଥିବା ଅଭିଯୁକ୍ତଜଣଙ୍କ ଦାବି କରିଛି ଯେ, ଜାନୁଆରୀ ୨୬ରେ ସେ କୃଷକଙ୍କ ଟ୍ରାକ୍ଟର ରାଲିରେ ଗୁଳି ଚଳାଇ ମାହୋଲକୁ ଖରାପ କରିବା ପାଇଁ ପ୍ରୟାସ କରିଥାନ୍ତା । ୨୩ରୁ ୨୬ ତାରିଖ ମଧ୍ୟରେ ସେ ୪ କୃଷକ ନେତାଙ୍କୁ ହତ୍ୟା କରିଥାନ୍ତା । ଆନ୍ଦୋଳନକୁ ମଧ୍ୟ ଭଣ୍ଡୁର କରିବା ପାଇଁ ସେ ଆସିଥିବା ସ୍ୱୀକାର କରିଛି ।

ସେ ଆହୁରି ମଧ୍ୟ କହିଛି ଯେ, କୃଷକମାନେ ଅସ୍ତ୍ରଶସ୍ତ୍ର ନେଉଛନ୍ତି ନା ନାହିଁ ତାହା ଜାଣିବା ପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି । ସେ ନିଜେ ୧୯ ତାରିଖରୁ ସିଙ୍ଘୁ ସୀମାରେ ରହିଛି । ଏହାକୁ ନେଇ ଆମ୍ ଆଦମୀ ପାର୍ଟି କହିଛି ଯେ, ଯାହା ଡର ଥିଲା ତାହା ସତ ହେବାକୁ ଯାଉଛି । କୃଷକ ସଙ୍ଗଠନକୁ ବଦନାମ କରିବାକୁ ଅପଚେଷ୍ଟା କରାଯାଉଛି ।

ଦିଲ୍ଲୀ ପୋଲିସ କହିଛି ଯେ, ଏନେଇ କୌଣସି ସୂଚନା ନାହିଁ । ଯଦି କୃଷକମାନେ କାହାକୁ ଧରିଛନ୍ତି ତାକୁ ପୋଲିସକୁ ଦେବା ଦରକାର । ତଦନ୍ତ କରାଯିବ ।

କେନ୍ଦ୍ର ସରକାର ଜାନୁଆରୀ ୨୬ରେ କୃଷକଙ୍କ ଟ୍ରାକ୍ଟର ରାଲି ଉପରେ ରୋକ୍ ଲଗାଇବା ପାଇଁ ପ୍ରୟାସ କରୁଛନ୍ତି । ସରକାରଙ୍କ ତରଫରୁ ଆଇନକୁ କିଛି ଦିନ ପାଇଁ ସ୍ଥଗିତ ପ୍ରସ୍ତାବକୁ କୃଷକମାନେ ଖାରଜ କରିଦେଇଛନ୍ତି । ଦିଲ୍ଲୀ ପୋଲିସ କୃଷକଙ୍କ ରାଲିକୁ ଅନୁମତି ଦେଇନାହିଁ । ଏବେ ଆହୁରି ଭୟଙ୍କର ଷଡଯନ୍ତ୍ର ରଚାଯାଇଥିବା ଅଭିଯୋଗ ହେଉଛି ।

   Related Posts