ଇଟାଲୀ ପାଲଟିଛି ମୃତ୍ୟୁର ବିଭୀଷିକା, ନିଜ ଅନୁଭୂତି ବାଣ୍ଟିଲେ ଗାୟିକା ଶ୍ୱେତା ପଣ୍ଡିତ

Published By : Prameya-News7 Bureau | March 25, 2020 IST

ନୂଆଦିଲ୍ଲୀ, ୨୫|୦୩: କରୋନା ଭାଇରସକୁ ହାଲୁକା ଭାବେ ନ ନେବା ପାଇଁ ଭାରତୀୟଙ୍କୁ ସଚେତନ କରୁଛନ୍ତି ଅଭିନେତ୍ରୀ ତଥା ଗାୟିକା ଶ୍ୱେତା ପଣ୍ଡିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ଲକଡାଉନ୍ ସମୟରେ ଘରୁ ନ ବାହାରିବା ପାଇଁ ଓ ଆଇସୋଲେସନରେ ରହିବା ପାଇଁ ସେ ପରାମର୍ଶ ମଧ୍ୟ ଦେଉଛନ୍ତି । ଏହାସହ ଏକ ଭିଡିଓ ସେୟାର କରି ସେ ଇଟାଲୀର ଛାତିଥରା ଦୃଶ୍ୟ ପ୍ରକାଶ କରିଛନ୍ତି ।

ସେ ଭିଡିଓରେ କହିଛନ୍ତି ଯେ, କରୋନା ଭାଇରସକୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ରହିଛି । ଭାରତରେ ଲକଡାଉନ ଘୋଷଣା ହୋଇଛି । ସେ ନିଜେ ଘରୁ ଏ ମାସ ହେଲା ବାହାରି ନାହାଁନ୍ତି । ସେ ଏବେ ଇଟାଲୀରେ ରହିଛନ୍ତି । ଘର ବନ୍ଦ କରି ସେ ରହିଛନ୍ତି । ଏଠାରେ କରୋନା ମୃତ୍ୟୁର ବିଭୀଷିକା ସୃଷ୍ଟି କରିଛି । ଏହା ଏପରି ଏକ ରୋଗ ଯାହାର ଆରମ୍ଭରୁ ଥଣ୍ଡା ଓ ଜ୍ୱର ହୁଏ । ପରେ କରୋନା ହୋଇଥିବା ଜଣାପଡେ। ରୋଗୀଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥାଏ । ଘରେ ଲକଡାଉନରେ ରହିବା ଅର୍ଥ ମଜା କରିବା ବା ପିକନିକ୍ କରିବା ନୁହେଁ । ଇଟାଲୀରେ ୮ହଜାର ଲୋକ କରୋନା ଭାଇରସରେ ପ୍ରାଣ ହରାଇଛନ୍ତି ।

wp:core-embed/instagram {"url":"https://www.instagram.com/tv/B-IM2N-qLNt/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/tv/B-IM2N-qLNt/?utm_source=ig_embed
/wp:core-embed/instagram

ସେ ଆହୁରି କହିଛନନ୍ତି ଯେ, ଯେତେବେଳେ ସକାଳେ ଉଠନ୍ତି କେବଳ ଆମ୍ବୁଲାନ୍ସର ଶବ୍ଦ ଶୁଣାଯାଏ । ଭାରତରୁ ଅନେକ ଲୋକ ତାଙ୍କୁ ଫୋନ କରି ଭଲମନ୍ଦ ପଚାରୁଛନ୍ତି । କେବଳ ଇଟାଲୀ ନୁହେଁ ଲଣ୍ଡନ, ଆମେରିକା ଆଦି ବିଭିନ୍ନ ଦେଶ ଏହି ଭାଇରସର ଶିକାର ହେବାରେ ଲାଗିଛନ୍ତି । ଅନେକ ଲୋକ ପ୍ରାଣ ହରାଉଛନ୍ତି । ଭାରତରେ ଏପରି ହେଉ ବୋଲି ସେ ଚାହୁଁନାହାଁନ୍ତି । ସେ ହୋଲି ଦିନ ଭାରତ ଆଶିବାକୁ ଚାହୁଁଥିଲେ । ଏବେ ମଧ୍ୟ ଚାହୁଁଛନ୍ତି । କିନ୍ତୁ ସେ ସଂକ୍ରମିତ ହୋଇ ଅନ୍ୟ କାହାକୁ ବିପଦରେ ପକାଇବାକୁ ଚାହୁଁ ନାହାଁନ୍ତି । ଏହାସହ ସେ ଦେଶବାସୀଙ୍କୁ କରୋନା ବିରୋଧରେ ଲଢେଇ ଜାରି ରଖିବାକୁ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.