Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ମାସ ପରେ ଖୋଲିବ ଭିତରକନିକା, ରାତ୍ରିଯାପନ କରିପାରିବେ ନାହିଁ ପର୍ଯ୍ୟଟକ
  • ||
  • ଆଉ ଥରେ ବିଦ୍ୟାଭାରତୀଙ୍କୁ ଜେରା କରିବ ପୋଲିସ ! ନେଇପାରେ ପାରଳାଖେମୁଣ୍ଡି
  • ||
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ପ୍ରସିଦ୍ଧ ଗାୟକ ଏସପି ବାଳସୁବ୍ରମଣ୍ୟମ୍ କରୋନା ପଜିଟିଭ : ଭର୍ତ୍ତି ହେଲେ ହସ୍ପିଟାଲରେ

5/08/2020 at 3:13 PM

ମୁମ୍ବାଇ ୫/୮: ପ୍ରସିଦ୍ଧ ଗାୟକ ଏସପି ବାଳସୁବ୍ରମଣ୍ୟମ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ବିଷୟରେ ସେ ନିଜେ ବୁଧବାର ଏକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କୁ କିଛି ଦିନ ତଳେ ଜ୍ବର,ଥଣ୍ଡା ହୋଇଥିଲା, ଯାହା ପରେ ତାଙ୍କର କୋଭିଡ-୧୯ ଟେଷ୍ଟ କରାଯାଇଥିଲା।

 ସେ କହିଥିଲେ ଯେ ଏହି ଲକ୍ଷଣ ପରେ ସେ କରୋନା ଟେଷ୍ଟ କରାଇଥିଲେ ଯାହା ପରେ ସେ କୋଭିଡ ୧୯ରେ ସଂକ୍ରମିତ ବୋଲି ଜଣା ପଡ଼ିଛନ୍ତି। ଡାକ୍ତର ତାଙ୍କୁ ଘରେ ହିଁ କ୍ବାରେଣ୍ଟାଇନ୍ ରହିବାକୁ  ଏବଂ ଔଷଧ ଖାଇବାକୁ ନିର୍ଦେଶ ଦେଇଛନ୍ତି। କିନ୍ତୁ ତାଙ୍କ ପରିବାର ଲୋକେ ଚିନ୍ତିତ ଥିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଏବେ ତାଙ୍କ ସ୍ବାସ୍ଥ୍ୟ ଠିକ୍ ଅଛି ବୋଲି ସେ କହିଛନ୍ତି। ଜ୍ବର କମିଯାଇଛି କିନ୍ତୁ ଥଣ୍ଡା,କାଶ ଏବେ ବି ଜାରି ରହିଛି। ଗାୟକ ଆଶା କରୁଛନ୍ତି ଯେ ତାଙ୍କ ଲକ୍ଷଣ ବି କିଛି ଦିନ ମଧ୍ୟରେ ଆଉ ଦେଖା ଯିବନାହିଁ। ଡାକ୍ତରମାନେ ମଧ୍ୟ ତାଙ୍କ ଭଲ ଭାବେ ଦେଖାଶୁଣା କରୁଛନ୍ତି।

   Related Posts