Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି ଗାୟିକା ସୋନା ମହାପାତ୍ର, ସୋସିଆଲ୍ ମିଡିଆରେ ଜଣାଇଲେ ଦୁଃଖ

25/05/2021 at 4:19 PM

ନୂଆଦିଲ୍ଲୀ ୨୫/୦୫: କରୋନା ମହାମାରୀରେ ଲକଡାଉନ୍ ହେତୁ ସାଧାରଣ ଲୋକଙ୍କ ବ୍ୟତୀତ ସେଲିବ୍ରେଟମାନେ ମଧ୍ୟ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଅନେକ ଷ୍ଟାର ଅଛନ୍ତି, ଯାହାଙ୍କର ସଞ୍ଚୟ ସମାପ୍ତ ହୋଇସାରିଛି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡ ଗାୟିକା ସୋନା ମହାପାତ୍ର, ଯିଏକି ଆର୍ଥିକ ସମସ୍ୟା ସହ ସଂଘର୍ଷ କରୁଛନ୍ତି। ସେ ସୋସିଆଲ ମିଡିଆରେ ନିଜର ଦୁଃଖ ପ୍ରକାଶ କରିଛନ୍ତି।

ସୋନା ମହାପାତ୍ର ଟ୍ୱିଟରରେ ହସୁଥିବା ଏକ ଫଟୋ ସେୟାର କରିଛନ୍ତି। ଏହା ସହ ସେ କ୍ୟାପସନରେ ଲେଖିଛନ୍ତି, ‘ଯନ୍ତ୍ରଣାରୁ ଦୂରେଇ ରହିବା କଷ୍ଟକର କିନ୍ତୁ ସେଥିପାଇଁ ଚିନ୍ତିତ ରହିବା ଠିକ୍ ନୁହଁ। ମୁଁ ନିଜକୁ ଖୁସି ରଖୁଛି । ମୋର ଫିଲ୍ମ  #ShutUpSona ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ଘୁରି ବୁଲୁଛି ଏବଂ ଅନେକ ଉତ୍ସବରେ ଜିତୁଛି । ମୋର ସମସ୍ତ ସଞ୍ଚୟ ଏହି ଫିଲ୍ମରେ ସରିଯାଇଛି, ମହାମାରୀ ଠିକ୍ ପୂର୍ବରୁ ଆମକୁ ଏପରି ଏକ ଜାଗାରେ ଆଣି ଛିଡା କରିଦେଇଛି ​​ଯେଉଁଠାରେ ରୋଜଗାରର କୌଣସି ମାଧ୍ୟମ ନାହିଁ। ‘

PunjabKesari

ଏହାପୂର୍ବରୁ ସୋନା ସୂଚନା ଦେଇଥିଲେ ଯେ ତାଙ୍କ ଡକ୍ୟୁମେଣ୍ଟାରୀ ‘ସଟ୍ ଅପ୍ ସୋନା’ ନ୍ୟୁୟର୍କ ଭାରତୀୟ ଫିଲ୍ମ ଫେଷ୍ଟିଭାଲରେ ବେଷ୍ଟ ଡକ୍ୟୁମେଣ୍ଟାରୀ ବର୍ଗରେ ମନୋନୀତ ହୋଇଛି। ଏହି ଡକ୍ୟୁମେଣ୍ଟାରୀଟି ଦୀପ୍ତି ଗୁପ୍ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବାବେଳେ ନିର୍ମାତା ସୋନା । ‘ସଟ୍ ଅପ୍ ସୋନା’ ଡକ୍ୟୁମେଣ୍ଟାରୀ ଗାୟିକାଙ୍କ ଜୀବନ ଉପରେ ଆଧାରିତ ।

   Related Posts