ଗାୟିକା ପଲକ ମୁଚ୍ଛଲଙ୍କ ନାମ ଆଗରେ ଲାଗିଲା Dr. : ଫ୍ୟାନ୍ସଙ୍କ ସହ ସେୟାର କଲେ ଖୁସି ଖବର

Published By : Prameya-News7 Bureau | July 22, 2021 IST

ନୂଆଦିଲ୍ଲୀ ୨୨/୦୭ : ବଲିଉଡର ପ୍ରସିଦ୍ଧ ଗାୟିକା ପଲକ ମୁଚ୍ଛଲଙ୍କ ସ୍ୱରରେ ଲକ୍ଷ ଲକ୍ଷ ଲୋକ ଦିୱାନା । ପଲକଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ପଲକ ମୁଚ୍ଛଲ, ଯିଏ ତାଙ୍କ ସୁମଧୁର ସ୍ୱର ସହିତ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି, ସେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ପଲକ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏବେ ପଲକଙ୍କ ନାମ ଆଗରେ ଡ. ଯୋଡି ହୋଇଯାଇଛି । ପଲକ ଏକ ସମ୍ମାନଜନକ ଡକ୍ଟରେଟ୍ ପାଇଛନ୍ତି ।

wp:html /wp:html

ଗାୟିକା ଟ୍ୱିଟରରେ ଫ୍ୟାନ୍ସମାନଙ୍କୁ କହିଛନ୍ତି ଯେ ସେ ଆମେରିକାର ୟୁନିଭରସିଟି ୟୁଏସଏର ସମ୍ମାନଜନକ ଡକ୍ଟରେଟ ପାଇଛନ୍ତି। ସେ ତାଙ୍କର କିଛି ଫଟୋ ଟ୍ୱିଟରରେ ସେୟାର କରିଛନ୍ତି ଯେଉଁଥିରେ ତାଙ୍କୁ ସମ୍ମାନିତ କରାଯାଉଛି। ଏହା ସହିତ ଗାୟିକା କ୍ୟାପସନରେ ଲେଖିଛନ୍ତି, 'ଗ୍ଲୋବାଲ୍ ପିସ୍ ପାଇଁ ଆମେରିକୀୟ ୟୁନିଭର୍ସିଟି ୟୁଏସଏ ଦ୍ୱାରା ଏକ ସମ୍ମାନଜନକ ଡକ୍ଟରେଟ୍ ପାଇଛି! ଗଭୀର ସମ୍ମାନ ।’ ଟ୍ୱିଟର ବ୍ୟତୀତ ପଲକ ମଧ୍ୟ ଏହି ଖୁସି ଖବର ଇନଷ୍ଟାଗ୍ରାମରେ ଫ୍ୟାନ୍ସମାନଙ୍କ ସହ ସେୟାର କରିଛନ୍ତି। ଏହା ପରେ ଫ୍ୟାନ୍ସମାନେ ତାଙ୍କୁ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିବାରୁ ଅଭିନନ୍ଦନ ଜଣାଉଛନ୍ତି ।

wp:html
/wp:html

ପଲକ ମୁଚ୍ଛଲ ବଲିଉଡରେ ଅନେକ ହିଟ୍ ଗୀତ ଦେଇଛନ୍ତି। ଯେଉଁଥିରେ 'ଚାହୁଁ ମେଁ ୟା ନା', 'କୌନ ତୁଜେ ୟୁଁ ପ୍ୟାର୍ କରେଗା', 'ଆଖୋଁ ହି ଆଖୋଁ ମେଁ', 'ପ୍ରେମ ରତନ ଧନ ପାୟୋ' ଭଳି ହିଟ୍ ଗୀତ ଅନ୍ତର୍ଭୁକ୍ତ । ପଲକ ତାଙ୍କର ଉତ୍କୃଷ୍ଟ ସ୍ୱର ସହିତ ଉତ୍ତମ ସ୍ୱଭାବ ପାଇଁ ମଧ୍ୟ ଜଣାଶୁଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.