ଗାୟିକା ମୋନାଲି ଠାକୁର ୩ବର୍ଷ ପରେ କହିଲେ ସତ :‘ଲୁଚି ଲୁଚି ବାହା ହୋଇଥିଲି,ଆଉ ଏବେ ଗାଳି ଶୁଣିବାକୁ ପଡ଼ିବ’

Published By : Prameya-News7 Bureau | June 11, 2020 IST

ମୁମ୍ବାଇ ୧୧/୬: ବଲିଉଡ ସିଙ୍ଗର ମୋନାଲି ଠାକୁର ନିଜ ବିବାହକୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ସେ ଗତ ୩ବର୍ଷରୁ ବିବାହିତା। ସେ ୨୦୧୭ମସିହାରେ ସ୍ବିଜରଲାଣ୍ଡର ବ୍ୟବସାୟୀ ମାଇକ୍ ରିଚରଙ୍କୁ ବିବାହ କରିଥିଲେ। ତାଙ୍କ ବିବାହ ପାରମ୍ପରିକ ଭାବେ ନ ହୋଇଥିବାରୁ ସେ ଏହି ବିବାହକୁ ସମସ୍ତଙ୍କଠୁ ଲୁଚାଇ ରଖିଥିଲେ। ସେ ଏହି କଥା କୌଣସି ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ଜଣାଇନଥିଲେ। କିନ୍ତୁ ତଥାପି ଲୋକେ ଏହା ବିଷୟରେ ପୂର୍ବରୁ ଅନୁମାନ ଲଗାଇ ସାରିଥିଲେ। ଅନେକ ଥର ଇନଷ୍ଟାଗ୍ରାମରେ ଭୁଲରେ ତାଙ୍କ ମୁଦିର ଫଟୋ ନଜର ଆସିଥିଲା।

{"id":284705,"sizeSlug":"large"}

 ବିବାହ ପରଠୁ ମୋନାଲି ନିଜ ସ୍ବାମୀ ମାଇକ୍ ଏବଂ ତାଙ୍କ ପରିବାର ସହ ସ୍ବିଜରଲାଣ୍ଡରେ ରହୁଛନ୍ତି। ମୋନାଲି କହିଛନ୍ତି ଯେ ସେମାନେ ଅନେକ ଦିନରୁ ସମସ୍ତଙ୍କ ସାମନାରେ ବିବାହ କରିବାକୁ ସୁଯୋଗ ଖୋଜୁଥିଲେ। କିନ୍ତୁ ସେମାନେ ଏହାକୁ ନେଇ ବିଳମ୍ବ କରିଥିଲେ ଏବଂ ୩ବର୍ଷ ଅତିବାହିତ ହୋଇଯାଇଥିଲା। ମୋନାଲିଙ୍କ ସ୍ବାମୀ ଖେଳ ପ୍ରତି ରୁଚି ରଖନ୍ତି ଏବଂ ରେଷ୍ଟୁରାଣ୍ଟ ଚଲାନ୍ତି।

{"id":284706,"sizeSlug":"large"}

ଏତେ ବିଳମ୍ବରେ ମୁହଁ ଖୋଲିବାରୁ ମୋନାଲି କହିଛନ୍ତି ଯେ ତାଙ୍କୁ ଜଣା ଯେ ତାଙ୍କୁ ଏବେ ଲୋକଙ୍କଠୁ ବହୁତ ଗାଳି ଶୁଣିବାକୁ ପଡ଼ିବ କିନ୍ତୁ ଯେତେବେଳେ ତାଙ୍କ ବିବାହ ହେବ ଏବଂ ସେ ଲୋକଙ୍କୁ ଡାକିବେ ସେତେବେଳେ ଯାଇ ସମସ୍ତଙ୍କ ରାଗ କମିବ। ଏବେ ଯାଏଁ ଫଙ୍କସନ୍ ପାଇଁ କୌଣସି ତାରିଖ ନିର୍ଦ୍ଧାରିତ କରାଯାଇନାହିଁ। ଯେତେବେଳେ ସବୁ ଠିକ୍ ହୋଇଯିବ,ସେତେବେଳେ ସେମାନେ ଏବିଷୟରେ ଚିନ୍ତା କରିବେ।

{"id":284707,"sizeSlug":"large"}

ମାଇକଙ୍କ ସହ ପ୍ରଥମ ସାକ୍ଷାତ ବିଷୟରେ ସେ କହିଥିଲେ ଯେ ସ୍ବିଜରଲାଣ୍ଡ ଟ୍ରିପ୍ ସମୟରେ ସେ ମାଇକଙ୍କୁ ଭେଟିଥିଲେ ଏବଂ ଖୁବ୍ ଶୀଘ୍ର ସେମାନେ ପରସ୍ପର ପ୍ରତି ଆକର୍ଷିତ ହୋଇଯାଇଥିଲେ। କେବେଳ ମାଇକ୍ ନୁହେଁ ବରଂ ତାଙ୍କ ପରିବାର ସହ ବି ତାଙ୍କ କନେକ୍ସନ୍ ହୋଇଯାଇଥିଲା। ମାଇକ୍ ତାଙ୍କୁ ସେହି ସ୍ଥାନରେ ପ୍ରପୋଜ କରିଥିଲେ ଯେଉଁଠାରେ ପ୍ରଥମ ଥର ସେମାନେ ଏକ ଗଛ ତଳେ ଭେଟିଥିଲେ। ୨୦୧୬ମସିହା ଖ୍ରୀଷ୍ଟମାସର ପୂର୍ବଦିନ ସନ୍ଧ୍ୟାରେ। ସେ ତୁରନ୍ତ ହଁ କହିଦେଇଥିଲେ।

{"id":284708,"sizeSlug":"large"}

ସେମାନଙ୍କ ପସନ୍ଦ ମଧ୍ୟ ଏକାଭଳି। ମାଇକଙ୍କୁ ଖାଇବାକୁ ବହୁତ ଭଲ ଲାଗେ ଏବଂ ଏକ ବଙ୍ଗାଳୀ ପରିବାରର ହୋଇଥିବାରୁ ସେ ଖାଦ୍ୟକୁ ବହୁତ ଭଲ ପାଆନ୍ତି। ମୋନାଲିଙ୍କ ନୂଆ ଆଲବମ୍ ‘ଦିଲ କା ଫିତୁର’ ଜୁନ୍ ୯ତାରିଖରେ ରିଲିଜ ହୋଇଛି। ଏହି ଭିଡିଓରେ ମୋନାଲିଙ୍କ ସହ ତାଙ୍କ ସ୍ବାମୀ ମାଇକ୍ ନଜର ଆସିଛନ୍ତି।

{"id":284710,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.