Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଗାୟକ ମାରିଲିନ୍ ମାନସନଙ୍କ ଉପରେ ବଳାତ୍କାର ଅଭିଯୋଗ ଲଗାଇଲେ ପୂର୍ବତନ ଗର୍ଲଫ୍ରେଣ୍ଡ, ପୂର୍ବରୁ ୧୫ ମହିଳା ଦେଇସାରିଛନ୍ତି ଏତଲା

30/05/2021 at 5:18 PM

ନୂଆଦିଲ୍ଲୀ ୩୦/୦୫: ହଲିଉଡ ଗାୟକ ତଥା ରକ୍ ଷ୍ଟାର୍ ମାରିଲିନ୍ ମାନସନ୍ ପୁଣି ଥରେ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଗାୟକଙ୍କ ଉପରେ ବଳାତ୍କାର ଏବଂ ଯୌନ ଉତ୍ପୀଡ଼ନ ଅଭିଯୋଗ କରାଯାଇଛି ଏବଂ ଏହି ଅଭିଯୋଗ ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ କରିଛନ୍ତି। ଜେନ ଡୋ ନାମକ ଜଣେ ମହିଳା ମାନସଙ୍କ ଉପରେ ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି। ମହିଳା ଜଣଙ୍କ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରି କହିଛନ୍ତି ୨୦୧୧ ମସିହାରେ ଗାୟକ ତାଙ୍କୁ ଅନେକ ଥର ବଳାତ୍କାର କରିଛନ୍ତି।

Marilyn Manson

ମହିଳା ଜଣକ କହିଛନ୍ତି ଯେ ସେ ମାରିଲିନଙ୍କୁ ୧୦ ବର୍ଷରୁ ଅଧିକ ସମୟ ଡେଟ୍ କରିଥିଲେ ଏବଂ ଏହି ସମୟ ମଧ୍ୟରେ ସେ ତାଙ୍କୁ ଅନେକ ଥର ବଳାତ୍କାର କରିଥିଲେ। ମହିଳା ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ମାରିଲିନ୍ ମାନସନ୍ ତାଙ୍କୁ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲେ ଏବଂ ଜବରଦସ୍ତ ଯୌନ ଶୋଷଣ କରିଥିଲେ। ସେ କହିଛନ୍ତି ଯେ ପରେ ଯେତେବେଳେ ସେ ମାନସନଙ୍କ ଘରର ଚାବି ଫେରାଇବାକୁ ଯାଇଥିଲେ, ମାନସନ ପୁଣି ତାଙ୍କୁ ବଳାତ୍କାର କରି ହତ୍ୟା କରିବେ ବୋଲି ଧମକ ଦେଇଥିଲେ।

ମହିଳା ଜଣଙ୍କ ଏହା ମଧ୍ୟ କହିଛନ୍ତି ଯେ ଅନ୍ୟ ଜଣେ ମହିଳାଙ୍କୁ ବଳାତ୍କାର କରି ମାରିଲିନ୍ ମଧ୍ୟ ତାର ଭିଡିଓ ଦେଖାଇଥିଲେ। ଏହି ଭିଡିଓ କ୍ଲିପ୍ ରେ, ମାରିଲିନ୍ ଜଣେ ମହିଳାଙ୍କୁ ଏକ ଚେୟାରରେ ବାନ୍ଧି ରଖି ନିଜ ୟୁରିନ୍ ତାଙ୍କୁ ପିଇବା ପାଇଁ ଦେଉଥିଲେ ।  ମହିଳା ଦାବି କରିଛନ୍ତି ଯେ ଭିଡିଓରେ ମାନସନ ମଧ୍ୟ ମହିଳାଙ୍କୁ ନିଆଁରେ ପୋଡିଦେବାକୁ ଧମକ ଦେଉଥିଲେ।

ଲସ୍ ଆଞ୍ଜେଲସ୍ ପୋଲିସ୍ ବର୍ତ୍ତମାନ ଏହି ସମସ୍ତ ଅଭିଯୋଗର ତଦନ୍ତ କରୁଛି। ତେବେ ଏହି ସମସ୍ତ ଅଭିଯୋଗକୁ ମାରିଲିନ୍ ମାନସଙ୍କ ଟିମ୍ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି। ଏହା ପ୍ରଥମ ଥର ନୁହେଁ ଯେ ମାରିଲିନ୍ ମାନସନଙ୍କ ଉପରେ ଗୁରୁତର ଅଭିଯୋଗ ହୋଇଛି ।ଏହାପୂର୍ବରୁ ମଧ୍ୟ ଅନେକ ମହିଳା ବଳାତ୍କାର ଅଭିଯୋଗ ଆଣିଛନ୍ତି। ଗାୟକଙ୍କ ପୂର୍ବତନ ଆସିଷ୍ଟାଣ୍ଟ ଆସଲେ ୱାଲ୍ଟର, ମୋର୍ଗାନ ସ୍ମିଥଲାଇନ, ଅଭିନେତ୍ରୀ ଇଭାନ ରାଇଚଲ ଉଡଙ୍କ ସମେତ ୧୫ ଜଣ ମହିଳା ମାରିଲିନ ମାନସନଙ୍କ ଉପରେ ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି।

   Related Posts