Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ସିଙ୍ଗର ଲକି ଅଲିଙ୍କ ପରଲୋକ ନେଇ ଗୁଜବ, ନଫିସା ଅଲି ଟ୍ବିଟ୍ କରି କଲେ ଖଣ୍ଡନ

5/05/2021 at 12:53 PM

ମୁମ୍ବାଇ ୫।୫: ବଲିଉଡ୍ ଅଭିନେତ୍ରୀ ମୀନାକ୍ଷୀ  ଶେଷାଦ୍ରିଙ୍କ ମୃତ୍ୟୁ ଖବର ପରେ ଏବେ ସୋସିଆଲ ମିଡିଆରେ ସିଙ୍ଗର ଲକି ଅଲିଙ୍କ ଦେହାନ୍ତ ନେଇ ଗୁଜବ ସୃଷ୍ଟି ହୋଇଛି । ତେବେ ଏହି ଗୁଜବ ପରେ ଲକି ଅଲିଙ୍କ ବନ୍ଧୁ ଅଭିନେତ୍ରୀ ନାଫିସା ଅଲି ଟ୍ବିଟ୍ କରି ଏହାକୁ ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି  । ସେ ତାଙ୍କ ଲେଖିଛନ୍ତି ଯେ ଲକି ଅଲି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ ନିଜ ପରିବାର ସହିତ ସମୟ ବିତାଉଛନ୍ତି । ସେ କୋଭିଡ୍-୧୯  ପଜିଟିଭ୍ ମଧ୍ୟ ହୋଇନାହାନ୍ତି । ନାଫିସା ଅଲିଙ୍କ ଟ୍ବିଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଉଲ୍ଲେଖଯୋଗ୍ୟ ଯେ, ଲକି ଅଲିଙ୍କ ମିଛ ମୃତ୍ୟୁ ଖବର ମିଳିବା ପରେ ଟ୍ବିଟରରେ ଶୋକ ବାର୍ତ୍ତା ଆସିବାକୁ ଲାଗିଥିଲା । ଲୋକମାନେ ଅଭିନେତା-ସିଙ୍ଗରଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦୁଃଖରେ ଭାଙ୍ଗି ପଡିଥିଲେ । ଏହାପରେ ୟୁଜର୍ସ ତାଙ୍କ ଫଟୋ ସେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆରମ୍ଭ କରିଥିଲେ ।

ନଫିସା ଅଲି ଟ୍ବିଟ୍ କରି ଲେଖିଛନ୍ତି, ‘ଲକି ସମ୍ପୂର୍ଣ୍ଣ ଭଲ ଅଛି ଏବଂ ଆଜି ଅପରାହ୍ନରେ ଆମେ କଥା ହୋଇଥିଲୁ । ସେ ତାଙ୍କ ପରିବାର ସହିତ ତାଙ୍କ ଚାଷ ଜମିରେ ଅଛନ୍ତି । ସେ କୋଭିଡ୍ ପଜିଟିଭ୍ ବି ହୋଇନାହାନ୍ତି । ସେ ଭଲ ଅଛନ୍ତି ଏବଂ ସୁସ୍ଥ ବି ଅଛନ୍ତି ।’

   Related Posts