ବଲିଉଡ୍‌ କଣ୍ଠଶିଳ୍ପୀ କୁମାର ସାନୁ କରୋନା ପଜିଟିଭ୍‌

Published By : Prameya-News7 Bureau | October 16, 2020 IST

ମୁମ୍ବାଇ: ବଲିଉଡ୍‌ର କଶ୍ଠଶିଳ୍ପୀ କୁମାର ସାନୁ କରୋନା ପଜିଟିଭ୍। ଏ ସଂପର୍କରେ କୁମାର ସାନୁ ସୋସିଆଲ୍ ଜରିଆରେ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ‘ଦୁର୍ଭାଗ୍ୟବଶତଃ ସାନୁଦା’ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି, ଦୟାକରି ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ। ଧନ୍ୟବାଦ।’

ନିକଟରେ ସାନୁ ଏକ ସାକ୍ଷାତ୍‌କାରରେ ଅ‌ାମେରିକା ଗସ୍ତ ଯୋଜନା କରିଥିବା କହିଥିଲେ। ସେ ବମ୍ବେ ଟାଇମ୍‌ସକୁ ସାକ୍ଷାତ୍‌କାର ଦେବା ସମୟରେ କହିଥି‌ଲେ ‘ମୁଁ ମୋ ପରିବାର ସହ ସମୟ ବିତାଇବା ପାଇଁ ଆମେରିକା ଯିବାକୁ ଯୋଜନା କରୁଛି। ‌ମୁଁ, ମୋ ପତ୍ନୀ ସାଲୋନି, ଝିଅ ଶାନନ୍ ଏବଂ ଆନ୍ନାବେଲଙ୍କ ସହ ଏବେ କିଛି ଦିନ ସାଥୀରେ ରହିବାର ଯୋଜନା କରିଛି। ତାଙ୍କୁ କରୋନା ପଜିଟିଭ ହେବା କଥା ଆସିବା ପରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନେ ସୋନୁଙ୍କ ଆରୋଗ୍ୟ କାମନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.