କଟକ ୨୦।୧୧: ବାଲିଯାତ୍ରାର ବୈଷ୍ଣବପାଣି ମଞ୍ଚରେ ଦେଶର ଖ୍ୟାତନାମା ରକ୍ଷ୍ଟାରମାନଙ୍କୁ ମିଳିଛି ଏକ ଭିନ୍ନ ପରିଚୟ । ଋତୁରାଜ ମହାନ୍ତି, ଦଲେର ମେହେନ୍ଦି ଅବା ଓଡିଆ ଝିଅ ସୋନା ମହାପାତ୍ର, ଏମାନେ ସମସ୍ତେ ଏଠାରେ ସଙ୍ଗିତ ପରିବେଷଣ କରି ଖୁବ୍ଖୁସି ଥିବାବେଳେ, ବଲିଉଡ୍ ସିଙ୍ଗର କେ.କେ. ମଙ୍ଗଳବାର ସଂଧ୍ୟାରେ ବାଲିଯାତ୍ରାର ଅନୁଭୂତି ସାଉଁଟିଛନ୍ତି । ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ସେ ଦର୍ଶକମାନଙ୍କୁ ନିଜ ମଧୁର ସଙ୍ଗୀତରେ ମତୁଆଲା କରିଥିଲେ । ଖାସ୍ କରି ଯୁବପିଢି କେ.କେ. ସଙ୍ଗୀତରେ ମଜ୍ଜି ଯାଇଥିବା ଭଳି ମନେ ହେଉଥିଲା । ଏବେ ଦେଖିବା କେ.କେ. ନାଇଟ୍କୁ କେମିତି ଉପଭୋଗ କରିଥିଲେ ସମବେତ ଜନତା ।
{"id":187192,"sizeSlug":"large"}ବାଲିଯାତ୍ରାର ଉଦ୍ଘାଟନୀ ସଂଧ୍ୟାରେ ଆସିଥିଲେ ରକ୍ଷ୍ଟାର ଋତୁରାଜ ମହାନ୍ତି । ପରେ ଓଡିଆ ଝିଅ ସୋନା ମହାପାତ୍ର । ତାପରେ କଟକ ବାଲିଯାତ୍ରାରେ ଧୂମ୍ ମଚାଇଥିଲେ ଦଲେର ମେହେନ୍ଦୀ । ଆଉ ଗତକାଲି ଐତିହାସିକ ବାଲିଯାତ୍ରା ପଡିଆରେ ଜବରଦସ୍ତ ପରଫର୍ମ କରିଛନ୍ତି ବଲିଉଡ୍ ସିଙ୍ଗର କ୍ରୀଷ୍ଣା କୁମାର କୁନାଥ୍ (କେକେ)
{"id":187193,"sizeSlug":"large"}କେ.କେ. ନାଇଟ୍କୁ ଉପଭୋଗ କରିବାଲାଗି ଯେତିକି ଦର୍ଶକ ଥିଲେ, ସେଥିରୁ ଯୁବପିଢିଙ୍କ ସଂଖ୍ୟା ଥିଲା ଢେର ଅଧିକ । ସେମାନେ ଯେ କେବଳ କେ.କେ. ମେଲୋଡିର ମଜ୍ଜା ନେଉଥିଲେ ତା ନୁହେଁ, ବରଂ କେ. କେ.ଙ୍କ ସହ ତାଳ ଦେଇ ନାଚିଥିଲେ, ଝୁମିଥିଲେ ଏବଂ ଗୀତ ମଧ୍ୟ ଗାଇଥିଲେ ।
{"id":187194,"sizeSlug":"large"}୯୦ ଦଶକରୁ ନିଜ ସଙ୍ଗୀତ କ୍ୟାରିଅର ଆରମ୍ଭ କରିଥିବା କେ.କେ., ଏବେ ବଲିଉଡ୍ର ଜଣେ ନାମକରା ସିଙ୍ଗର । ସେଥିଲାଗି କେ.କେ.ନାଇଟ୍କୁ ମିସ୍ କରିବାକୁ ଚାହିଁନଥିଲେ ପ୍ରଶାସକ, ରାଜନେତା ଏବଂ ବିଭିନ୍ନ ବର୍ଗର ଦର୍ଶକ । ଏମିତିକି ପୋଲିସ ଅଧିକାରୀମାନେ ବି କେ.କେ. ସଙ୍ଗୀତକୁ ଉପଭୋଗ କରିବା ଲାଗି, ମଞ୍ଚ ନିକଟରେ ବେଶ୍ କିଛି ସମୟ ଅଟକି ରହିଥିଲେ ।
{"id":187195,"sizeSlug":"large"}ପ୍ରାୟ ୩ ଘଣ୍ଟାର କାର୍ଯ୍ୟକ୍ରମ ଭିତରେ କେ.କେ. ଗାଇଥିଲେ ପାଖାପାଖି ୨୭ ଟି ଗୀତ । ସେଥିଲେ ଥିଲା ଆଲବମ୍ ସଙ୍ଗୀତ । ରୋମାଣ୍ଟିକ ସଙ୍ଗ୍ ଏବଂ କିଛି ଭାରତୀୟ ସଙ୍ଗୀତର ଫ୍ୟୁଜନ୍ । ତାଙ୍କର ଚମତ୍କାର ଉପସ୍ଥାପନା ଉପସ୍ଥିତ ଜନତାଙ୍କୁ ଯେତିକି ମୁଗ୍ଧ କରିଛି, ସେତିକି ମାତ୍ରାରେ ଖୁସି ପ୍ରକଟ କରିଛନ୍ତି କେ.କେ. । କାରଣ ବାଲିଯାତ୍ରାରେ ଏହାଥିଲା ତାଙ୍କର ପ୍ରଥମ ସୋ’ ।