Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ସନ୍ନି ଦେଓଲ, ହେମାମାଳିନୀ, ରବି କିଶନଙ୍କୁ ପଛରେ ପକାଇ ବିଜୟ ହାସଲ କରିଛନ୍ତି ଏହି ତାରକା; ଜାଣନ୍ତୁ କିଏ

24/05/2019 at 1:23 PM

ନୂଆଦିଲ୍ଲୀ ୨୪/୫ : ଲୋକସଭା ନିର୍ବାଚନର ଫଳାଫଳ ଆସିସାରିଛି । ଏହି ନିର୍ବାଚନରେ ରାଜନୈତିକମାନେ ଦେଶର ଅନେକ ଆସନରେ ଫିଲ୍ମ ତାରକାଙ୍କୁ ଟିକେଟ ଦେଇଥିଲେ । ଏମାନଙ୍କ ମଧ୍ୟରେ ଅନେକ ଫିଲ୍ମ ଅଭିନେତା ଓ ଗାୟକ ସାମିଲ ଅଛନ୍ତି । ଅନେକ ତାରକା ଜିତିଥିବାବେଳେ କିଛି ହାରିଯାଇଛନ୍ତି । ସନ୍ନି ଦେଓଲ, ହେମାମାଳିନୀ, ରବି କିଶନ, ବାବୁଲ ସୁପ୍ରିୟୋ ବିଜୟ ହାସଲ କରିଛନ୍ତି । ଏମାନଙ୍କ ମଧ୍ୟରେ ଏମିତି ଜଣେ ତାରକା ଅଛନ୍ତି ଯିଏକି ଏସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ।

ସବୁଠାରୁ ଅଧିକ ଭୋଟରେ ବିଜୟୀ ହୋଇଥିବା ତାରକା ବେଲେ ସୁଫି ଗାୟକ ହଂସରାଜ ହଂସ । ହଂସରାଜ ହଂସ ବିଜେପି ଟିକେଟରୁ ଉତ୍ତର-ପଶ୍ଚିମ ଦିଲ୍ଲୀ ଆସନରୁ ଲଢିଥିଲେ । ହଂସରାଜ ହଂସ ଆମ୍ ଆଦମି ପାର୍ଟି ପ୍ରାର୍ଥୀଙ୍କୁ ୫ ଲକ୍ଷ ୫୩ ହଜାର ୮୯୭ ଭୋଟରେ ହରାଇଛନ୍ତି । ସେଲିବ୍ରିଟିଙ୍କ ମଧ୍ୟରୁ ଏହା ସବୁଠାରୁ ଅଧିକ ଅନ୍ତର ।

ଗୋରଖପୁରରେ ରବି କିଶନ ୩ ଲକ୍ଷ ୧ ହଜାର ୬୬୪ ଭୋଟରେ ଜିତିଛନ୍ତି । ହେମାମାଳିନୀ ୨ ଲକ୍ଷ ୯୩ ହଜାର ୪୭୧ ଭୋଟରେ ଜିତିଛନ୍ତି । ସନ୍ନି ଦେଓଲ ୮୨ ହଜାର ୪୫୯ ଭୋଟରେ ଜିତିଛନ୍ତି । ୨୦୦୯ ମସିହାରେ ହଂସରାଜ ହଂସ ରାଜନୀତିକୁ ଓହ୍ଲାଇଥିଲେ । ସେ ଶିରୋମଣି ଅକାଳି ଦଳରେ ଯୋଗ ଦେଇଥିଲେ । ୨୦୧୪ ମସିହା ଡିସେମ୍ବର ୧୮ ତାରିଖରେ ସେ ଇସ୍ତଫା ଦେଇଥିଲେ । ୨୦୧୬ ଫେବୃଆରୀରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୧୬ ମସିହା ଡିସେମ୍ବର ୧୦ ତାରିଖରେ ସେ କଂଗ୍ରେସ ଛାଡି ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ।

   Related Posts