ବିଜେପିରେ ସାମିଲ ହେଲେ ପ୍ରସିଦ୍ଧ ଗାୟକ ଦଲେର ମେହନ୍ଦି

Published By : Prameya-News7 Bureau | April 26, 2019 IST

ନୂଆଦିଲ୍ଲୀ ୨୬/୪ : ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦଲେର ମେହନ୍ଦି ବିଜେପିରେ ସାମିଲ ହୋଇଛନ୍ତି | ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ ଏବଂ କେନ୍ଦ୍ରୀୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କ ଉପସ୍ଥିତିରେ ଦଲେର ମେହନ୍ଦି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି | ଏହାପୂର୍ବରୁ ପଞ୍ଜାବୀ ଗାୟକ ହଂସରାଜ ହଂସ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ | ହଂସରାଜ ହଂସକୁ ବିଜେପି ଦିଲ୍ଲୀ ଉତ୍ତର-ପଶ୍ଚିମ ପ୍ରାର୍ଥୀ କରିଛି |

{"id":107522}


କିଛି ଦିନ ପୂର୍ବରୁ ବଲିଉଡ ଅଭିନେତା ସନ୍ନି ଦେଓଲ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ | ସନ୍ନି ଦେଓଲ ପଞ୍ଜାବ ଗୁର୍ଦାସପୁରରୁ ନିର୍ବାଚନ ଲଢ଼ିବେ | ଦଲେର ମେହନ୍ଦି ପଞ୍ଜାବର କୌଣସି ଏକ ଆସନରୁ ଲଢ଼ିବେ ବୋଲି ଆଲୋଚନା ହେଉଛି |

{"id":107527}

କିଏ ଏହି ଦଲେର ମେହନ୍ଦି :
ଦଲେର ମେହନ୍ଦିଙ୍କ ଜନ୍ମ ବିହାର ପାଟଣାରେ | ପିଲାଦିନୁ ତାଙ୍କୁ ଗୀତା ଗାଇବା ସଉକ ଥିଲା | ୫ ବର୍ଷ ବୟସରୁ ସେ ସଂଗୀତ ଶିକ୍ଷା କରୁଥିଲେ | ୧୯୯୫ ମସିହାରେ ଦଲେର ମେହନ୍ଦି ନିଜର ପ୍ରଥମ ଆଲବମ ରେକର୍ଡ କରିଥିଲେ | ଏହି ଆଲବମର ନାଁ ଥିଲା 'ବୋଲୋ ତା ରା ରା' | ଏହି ଆଲବମ ପରେ ସେ ପ୍ରସିଦ୍ଧ ହୋଇଯାଇଥିଲେ | ଏହି ଆଲବମରା ପାଖାପାଖି ୨୦ ମିଲିୟନ କ୍ୟାସେଟ ବିକ୍ରି ହୋଇଥିଲା | ଏହାପରେ ତାଙ୍କର ଆଉ ଏକ ଆଲବମ ରିଲିଜ ହୋଇଥିଲା ଯାହାର ନାଁ ଥିଲା 'ତୁନକ ତୁନକ' | ଏହି ଆଲବମ ତାଙ୍କୁ ଏକ ବ୍ରାଣ୍ଡ ଭାବେ ପରିଚୟ ଦେଇଥିଲା |

{"id":107529}

ପ୍ରସିଦ୍ଧ ଗାୟକ ମିକା ସିଂହ ଦଲେର ମେହନ୍ଦିଙ୍କ ସାନ ଭାଇ | ଦଲେର ମେହନ୍ଦି ହଂସରାଜ ହଂସଙ୍କ ସମୁଧି | ହଂସରାଜ ହଂସଙ୍କ ପୁଅ ଦଲେର ମେହନ୍ଦିଙ୍କ ଝିଅଙ୍କୁ ୨୦୧୭ ମସିହାରେ ବିବାହ କରିଥିଲେ |

{"id":107528}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.