ରାଜନୀତିରେ ସାମିଲ ହେବାକୁ ଚର୍ଚ୍ଚାରେ ଥିବା ସିଙ୍ଗର ତଥା ଡ଼୍ୟାନ୍ସର ସ୍ବପ୍ନା ଚୌଧୁରୀ କାହିଁକି କରିଥିଲେ ଆତ୍ମହତ୍ୟା ଉଦ୍ୟମ..ଯାହା ଜାଣି ନଥିବେ କେବେ

Published By : Prameya-News7 Bureau | March 25, 2019 IST

ହରିୟାଣାର ସିଙ୍ଗର ତଥା ଡ଼୍ୟାନ୍ସର ସ୍ବପ୍ନା ଚୌଧୁରୀ ରାଜନୀତିରେ ସାମିଲ ହେବାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର ଧରିଛି । କେଉଁ ଦଳରେ ସାମିଲ ହେବେ ସେଥିପାଇଁ ଚାଲିଛି କଳ୍ପନାଜଳ୍ପନା । କିଛିଦିନ ତଳେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଙ୍କ ସହ ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ ହୋଇଥିଲା । ଏଥିପାଇଁ ଆଶା କରାଯାଉଥିଲା ସ୍ବପ୍ନା କଂଗ୍ରେସରୁ ପ୍ରାର୍ଥୀ ହୋଇପାରନ୍ତି ।

{"id":96859}

ପୁଣି କିଛିଦିନ ପରେ ଭୋଜପୁରୀ ସିଙ୍ଗର ତଥା ବିଜେପିର ଅଧ୍ୟକ୍ଷ ମନୋଜ ତିଓ୍ଵାରୀଙ୍କ ସହ ଫଟୋ ଭାଇରାଲ ହେବାପରେ ପୁଣି ସ୍ବପ୍ନାଙ୍କ ଉପରେ ଲାଗିଛି ସମସ୍ତଙ୍କର ରାଜନୈତିକ ନଜର । ସ୍ଵପ୍ନା ବିଜେପିରେ ମିଶିବେ କି ତିଆରି ହୋଇଛି ପ୍ରଶ୍ନବାଚୀ ।

{"id":96860}

ଏତେ ଚର୍ଚ୍ଚାରେ ରହୁଥିବା ଏହି ସିଙ୍ଗର- ଡ଼୍ୟାନ୍ସର ସ୍ବପ୍ନାଙ୍କର କିଛି ଭିତିରି କଥା ଜାଣନ୍ତୁ ।

{"id":96861}

ସ୍ବପ୍ନା ଛୋଟବେଳୁ ଗରୀବ ଘରେ ବଢ଼ିଥିଲେ । ପରିବାର ଚଳେଇବାକୁ ଘରେ ତାଙ୍କ ବାପାଙ୍କର ସମ୍ବଳ ନଥିଲା । ସେଥିପାଇଁ ବିଭିନ୍ନ ଷ୍ଟେଜ ସୋରେ ଗୀତ ଗାଇବା ସହ ନାଚୁଥିଲେ । ସେଥିରୁ ଯାହା ରୋଜଗାର ହୁଏ ଘର ଚଳେ ।ଏମିତିକି ସେ ଦେଖିବାକୁ ସୁନ୍ଦର ଥିବାରୁ ଅନେକ ଷ୍ଟେଜ ସୋ ପୋଗ୍ରାମ ମିଳିଯାଉଥିଲା । ସେ ଯାହା ଟଂକା ରୋଜଗାର କରୁଥିଲେ ନିଜ ପରିବାର ଚଳାଇବା ପରେ ନିଜ ବଡ଼ ଭଉଣୀ ବିବାହରେ ମଧ୍ୟ ସମସ୍ତ ଟଂକା ଖର୍ଚ୍ଚ କରିଥିଲେ ।

{"id":96862}

୨୦୧୬ ମସିହାରେ ସ୍ଵପ୍ନା ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ସେ ସେଥିରୁ ବର୍ତ୍ତିଯାଇଥିଲେ । ଯାହା ଶୁଣାଯାଏ ଏକ ଷ୍ଟେଜ ସୋ ପୋଗ୍ରାମରେ ଯୋଗଦେବାକୁ ଗୁରୁଗାଓଁ ଯାଇଥିଲେ । ସେଠାରେ ‘ବିଗିଡ଼ିଗୟା’ ନାମକ ଏକ ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ । ଏହି ଗୀତରେ ଦଳିତଙ୍କ ବିରୋଧରେ ଜାତିସୂଚକ ଶଦ୍ଦ ବ୍ୟବହାର ହୋଇଥିବା ନେଇ ବହୁଜନ ଆଜାଦ ମୋର୍ଚ୍ଚା ଆଣିଥିଲା ଅଭିଯୋଗ । ସେଥିପାଇଁ ତାଙ୍କ ନାଁରେ ମଧ୍ୟ ଥାନାରେ ଅଣାଯାଇଥିଲା ଅଭିଯୋଗ । ଏହି ଘଟଣାକୁ ନେଇ ଚାଲିଥିଲା ତୁମ୍ବିତୋଫାନ । ବିଭିନ୍ନ ମହଲରୁ ସ୍ବପ୍ନାକୁ ମିଳିଥିଲା ନିନ୍ଦା ।  ସୋସିଆଲ ମିଡ଼ିଆରେ ମଧ୍ୟ ସ୍ବପ୍ନାଙ୍କ ବିରୋଧରେ ଅନେକ ସଂଙ୍ଗୀନ କମେଣ୍ଟ ସବୁ ଆସିଥିଲା । ଯା୍ହା ସ୍ବପ୍ନା ନିଜକୁ କ୍ଷମା କରିପାରିଲେ ନାହିଁ । ସେଥିପାଇଁ ସେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାକୁ ଚାଲିଯାଇଥିଲେ ମଧ୍ୟ ପରେ ସେ ସୁସ୍ଥ ହୋଇଥିଲେ ।

{"id":96863}

ସ୍ଵପ୍ନା ନିଜର ବ୍ୟକ୍ତିଗତ ଜୀବନର କଥା କାହାକୁ କେବେ କହିନାହାଁନ୍ତି । ସେ ଏକା କିମ୍ବା ତାଙ୍କର କେହି ବୟଫ୍ରେଣ୍ଡ୍ ଅଛନ୍ତି କି ନାହିଁ । ସେ ବିବାହିତ କି ନୁହେଁ । ଏମିତି ଅନେକ କଥା କାହା ଆଗରେ ପ୍ରକାଶ କରନ୍ତି ନାହିଁ । ଆଜି ପର୍ଯ୍ୟନ୍ତ କେହି ଜାଣନ୍ତି ନାହିଁ ସ୍ଵପ୍ନା ବିବାହିତା କି ନୁହେଁ ।

{"id":96865}

ସ୍ବପ୍ନାଙ୍କର ନାଁ ପ୍ରଥମେ  ସୁସ୍ମିତା ଥିଲା । ଏହି ନାଁ ତାଙ୍କ ଆଣ୍ଟି ଦେଇଥିଲେ । ଆଣ୍ଟିଙ୍କର ପସନ୍ଦର ତାରକା ସୁସ୍ମିତା ସେନ୍ ଥିବାରୁ ସ୍ବପ୍ନାଙ୍କ ନାଁ ସୁସ୍ମିତା ରଖିଥିଲେ । କିନ୍ତୁ ପରେ ସ୍ବପ୍ନାଙ୍କର ମାଆ ଏହି ନାଁକୁ ବଦଳେଇଥିଲେ । ସ୍ବପ୍ନାଙ୍କର ପାଠ ପଢ଼ିବା ପାଇଁ ସ୍କୁଲରେ ନାଁ ଲେଖିବା ବେଳେ ତାଙ୍କ ନାଁ ବଦଳାଇ ଦେଇଥିଲେ ତାଙ୍କ ମାଆ ।

{"id":96866}

ସ୍ଵପ୍ନାଙ୍କ ପଛରେ ଏମିତି କିଛି କାହାଣୀ ରହିଛି ଯାହା ସମସ୍ତଙ୍କୁ ଅଜଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.