ଗାୟକ ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କ ପୁଅ ଧ୍ରୁବ ଭଟ୍ଟାଚାର୍ଯ୍ୟଙ୍କ କରୋନା ରିପୋର୍ଟ ପଜିଟିଭ୍
23/07/2020 at 5:15 PM

ମୁମ୍ବାଇ ୨୩/୦୭ : ଜଣାଶୁଣା ବଲିଉଡ ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ପୁଅ ଧ୍ରୁବ ଭଟ୍ଟାଚାର୍ଯ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି | ଧ୍ରୁବଙ୍କ ବୟସ ୨୮ ବର୍ଷ | ସେ ରେସ୍ତୋରାଁ ଚଳାନ୍ତି | ଅଭିଜିତ ନିଜେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ପୁଅଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି କିନ୍ତୁ ଭୟ କରିବାର କିଛି ନାହିଁ ବୋଲି ସେ କହିଛନ୍ତି | ଧ୍ରୁବଙ୍କର କରୋନା ଲକ୍ଷଣ ନଥିଲା ବୋଲି ଅଭିଜିତ କହିଛନ୍ତି |
ଅଭିଜିତ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ‘ମୋ ପୁଅ ଧ୍ରୁବ ରେସ୍ତୋରାଁ ଚଳାଏ | କିଛି ଦିନ ପୂର୍ବରୁ ସେ ଅନ୍ତରାଷ୍ଟ୍ରୀୟ ଟୁରରେ ଯିବାକୁ ପ୍ଲାନ କରୁଥିଲା | ଟୁରକୁ ଯିବା ପୂର୍ବରୁ ସ୍ସେ ନିଜର କରୋନା ଯାଞ୍ଚ କରାଇଥଲେ ଓ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା |’
୩ ଦିନ ପୂର୍ବରୁ ଧ୍ରୁବ ଭଟ୍ଟାଚାର୍ଯ୍ୟଙ୍କୁ କରୋନା ହୋଇଥିବା ସୂଚନା ମିଳିଥିଲା | ଅଭିଜିତ କହିଛନ୍ତି କରୋନା ବର୍ତ୍ତମାନ ଏକ ସାଧାରଣ ରୋଗ ହୋଇଗଲାଣି | କରୋନା ଏବେ ଯାହାକୁ ବି ହୋଇପାରିବ |