Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କେଜ୍ରିଓ୍ୱାଲଙ୍କ ପାଇଁ ବଢିଲା ଅଡୁଆ, ସିଙ୍ଗାପୁର ଲାଗୁ କଲା ଫେକ୍ ନ୍ୟୁଜ୍ ଆଇନ : ପଡିବ ଏହି ପ୍ରଭାବ

20/05/2021 at 10:10 AM

ନୂଆଦିଲ୍ଲୀ, ୨୦।୦୫ : କରୋନା ଭାଇରସର ନୂଆ ଷ୍ଟ୍ରେନକୁ ସିଙ୍ଗାପୁର ଭାରିଏଣ୍ଟ କହିବା ପରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏପରିକି କେଜ୍ରିଓ୍ୱାଲଙ୍କ ବୟାନକୁ ନେଇ ଭାରତ ସରକାର ସିଙ୍ଗାପୁରକୁ ସ୍ପଷ୍ଟୀକରଣ ଦେଇଛନ୍ତି । ସ୍ପଷ୍ଟୀକରଣ ପରେ ବି ସିଙ୍ଗାପୁର ଭୁଲ ସୂଚନା ପ୍ରଦାନ କରିଥିବାରୁ ବଡ ପଦକ୍ଷେପ ନେଇଛି । ସେଠାକାର ସରକାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଣ୍ଟି ମିସ୍ ଇନଫରମେସନ୍ ଆଇନ ଅର୍ଥାତ ପ୍ରୋଟେକ୍ସନ ଫ୍ରମ୍ ଅନଲାଇନ୍ ଫଲ୍ସହୁଡ୍ ଓ ମାନିପୁଲେସନ୍ ଆଇନ ଲାଗୁ କରିଛନ୍ତି । ଏହି ନିୟମ ଅନଲାଇନରେ ପ୍ରସାର କରାଯାଉଥିବା ମିଛକୁ ନେଇ ଲାଗିଥାଏ ।

ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବୟାନ ଅନୁସାରେ, ସୋସିଆଲ ମିଡିଆ କମ୍ପାନୀ ସିଙ୍ଗାପୁର ଭାରିଏଣ୍ଟ ବାବଦରେ ମିଛ କହୁଥିବା କାରଣରୁ ସ୍ପଷ୍ଟୀକରଣ ଦେବାକୁ ହେବ । କୌଣସି ସିଙ୍ଗାପୁର ଭାରିଏଣ୍ଟ ନଥିବା ସୋସିଆଲ ମିଡିଆ କମ୍ପାନୀଙ୍କୁ କହିବାକୁ ହେବ । ଏହା ପିଲାଙ୍କ ପ୍ରତି ଅଧିକ କ୍ଷତିକାରକ ନେଇ ମଧ୍ୟ କୌଣସି ପ୍ରମାଣ ନାହିଁ ।

ସୂଚନାଯୋଗ୍ୟ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ କହିଥିଲେ ଯେ, ସିଙ୍ଗାପୁରରେ ଠାବ ହୋଇଥିବା ନୂଆ ଷ୍ଟ୍ରେନ ଭାରତରେ ତୃତୀୟ ଲହରର କାରଣ ପାଲଟିପାରେ । ଯାହା ପିଲାଙ୍କୁ ଅଧିକ ପ୍ରଭାବିତ କରିବ । ଏହାପୂର୍ବରୁ ସିଙ୍ଗାପୁର ଉଚ୍ଚାୟୁକ୍ତ ସିମୋନ ବାଙ୍ଗ୍ ଏକ ଭର୍ଚୁଆଲ ପ୍ରେସ କନଫରେନ୍ସରେ  ଆଣ୍ଟି ମିସ ଇନଫରମେସନ୍ ଆଇନ ଲାଗୁ ନେଇ ସଙ୍କେତ ଦେଇଥିଲେ । ବୁଧବାର ସେ ଦେଶ ଏହି ଦୁର୍ଭାଗ୍ୟପୂର୍ଣ୍ଣ ବିଷୟକୁ ଶେଷ କରି ମହାମାରୀ ନିୟନ୍ତ୍ରଣ ଉପରେ ଫୋକସ କରିବା ପାଇଁ ଚାହୁଁଥିବା କହିଛନ୍ତି ।

ନୂଆ ଷ୍ଟ୍ରେନକୁ ସିଙ୍ଗାପୁର ସହ ଯୋଡିବା ପରେ ଭାରତ ସହ ଦକ୍ଷିଣ ଏସିଆ ଦେଶର ସମ୍ପର୍କ ଖରାପ ହେବା ନେଇ ଆଶଙ୍କା ଦେଖାଦେଇଛି । ଏନେଇ ସିଙ୍ଗାପୁର ଭାରତୀୟ ଉଚ୍ଚାୟୁକ୍ତଙ୍କ ଆଗରେ ଆପତ୍ତି ପ୍ରକାଶ କରିଛି । ଏହାପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିଜେ କେଜ୍ରିଓ୍ୱାଲଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିବା ସହ ଏହା ଭାରତ ସରକାରଙ୍କ ମନ୍ତବ୍ୟ ନୁହେଁ ବୋଲି କହିଥିଲେ ।

   Related Posts