Zoom ଭିଡିଓ କଲ୍ ଜରିଆରେ ଅପରାଧୀକୁ ମୃତ୍ୟୁଦଣ୍ଡ ଶୁଣାଇଲେ କୋର୍ଟ

Published By : Prameya-News7 Bureau | May 20, 2020 IST

ସିଙ୍ଗାପୁର ୨୦/୦୫ : Zoom ଭିଡିଓ କଲ୍ ମାଧ୍ୟମରେ ସିଙ୍ଗାପୁରରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି | ବ୍ୟକ୍ତି ଜଣକ ଡ୍ରଗ୍ସ କାରବାରରେ ଜଡିତ ଥିବା ଯୋଗୁଁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି | ମାଲେସିଆ ବାସିନ୍ଦା ୩୭ ବର୍ଷ ବୟସ୍କ ପୁନିଥନ୍ ଜେନାସାନ୍ ୨୦୧୧ ମସିହାରେ ଡ୍ରଗ୍ସ କାରବାରରେ ଜଡିତ ଥିବା ଯୋଗୁଁ ତାଙ୍କୁ ଶୁକ୍ରବାର ଦିନ କୋର୍ଟ ଦଣ୍ଡ ଶୁଣାଇଛନ୍ତି |

ଏସିଆରେ ସିଙ୍ଗାପୁର କରୋନା ଭାଇରସ ଯୋଗୁଁ ବହୁତ ମାତ୍ରାରେ ପ୍ରଭାବିତ ହୋଇଛି | କରୋନା ସଂକ୍ରମଣ ଯୋଗୁଁ ସିଙ୍ଗାପୁରରେ ମଧ୍ୟ ଲକଡାଉନ ଜାରି ରହିଛି | ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କୋର୍ଟର ସମସ୍ତ କାର୍ଯ୍ୟ ଭିଡିଓ କଲ୍ ଜରିଆରେ ହୋଇଥିଲା | ଭିଡିଓ କଲ୍ ଜରିଆରେ କୋର୍ଟରେ ସମସ୍ତ ଦଲିଲ୍ ପେଶ କରାଯାଇଥିଲା | ସିଙ୍ଗାପୁରରେ ଭିଡିଓ କଲ୍ ମାଧ୍ୟମରେ ମୃତ୍ୟୁ ଦଣ୍ଡ ଶୁଣାଇଥିବା ଏହା ପ୍ରଥମ ମାମଲା | 

{"id":273016,"width":577,"height":383,"sizeSlug":"large"}

ପୁନିଥନ୍ ଜେନାସାନ୍ ଙ୍କ ଓକିଲ ପିଟର କହିଛନ୍ତି ଯେ ପୁନିଥନଙ୍କ ଦଣ୍ଡବିଧାନ Zoom କଲ୍ ମାଧ୍ୟମରେ ବିଚାରପତି ଶୁଣାଣି କରିଥିଲେ | ଏନେଇ ସେ ଆବେଦନ ମଧ୍ୟ କରିଥିଲେ | ତେବେ ବିଚାରପତିଙ୍କ ଭିଡିଓ କଲ ଶୁଣାଣିକୁ ଅନେକ ଗୋଷ୍ଠୀ ନିନ୍ଦା କରିଛନ୍ତି | କିନ୍ତୁ ପୁନିଥନଙ୍କ ଓକିଲ ପିଟର ଭିଡିଓ କଲ୍ ଶୁଣାଣିକୁ ବିରୋଧ କରି ନାହାନ୍ତି | ସେ କହିଛନ୍ତି କେବଳ ବିଚାରପତିଙ୍କ ଶୁଣାଣି କରିବାର ଥିଲା, ଯେହେତୁ ମାମଲାରେ ଆଉ କୌଣସି ଯୁକ୍ତିତର୍କ କରିବାର ନଥିଲା ସେଥିପାଇଁ ଏଥିରେ କିଛି ଭୁଲ ନାହିଁ ବୋଲି ସେ କହିଛନ୍ତି |

ଲକଡାଉନ ପାଇଁ ସିଙ୍ଗାପୁରରେ ଅନେକ ମାମଲାର ଶୁଣାଣି ହୋଇପାରୁନାହିଁ | ଏପ୍ରିଲ ପହିଲାରୁ ଆରମ୍ଭ ହୋଇଥିବା କିଛି ମାମଲା ଏବେ ଯାଏଁ ସ୍ଥଗିତ ରହିଛି | ସିଙ୍ଗାପୁରରେ ଲକଡାଉନ ଜୁନ ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ | ଏହା ଭିତରେ କୌଣସି ଜରୁରୀ ମାମଲା ଥିଲେ ତାର ଶୁଣାଣି ଭିଡିଓ କଲ ମାଧ୍ୟମରେ କରାଯିବ |

{"id":273017,"sizeSlug":"large"}

ସିଙ୍ଗାପୁରରେ ବେଆଇନ ଡ୍ରଗ୍ସ କାରବାରକୁ ଜିରୋ ଟଲେରାନ୍ସ ପଲିସୀର ମାନ୍ୟତା ଦିଆଯାଇଛି | ଏଠାରେ ଡ୍ରଗ୍ସ କିମ୍ବା ନିଶା କାରବାରରେ ଲିପ୍ତ ଥିବା ଅନେକ ଲୋକଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି | ସେମାନଙ୍କ ମଧ୍ୟରେ ଅନେକ ବିଦେଶୀ ମଧ୍ୟ ଅଛନ୍ତି | ଏଠାରେ ଅତ୍ୟନ୍ତ ନିଷ୍ଠୁର ଓ ଅମାନୁଷିକ ମୃତ୍ୟୁଦଣ୍ଡ ଦିଆଯାଇଥାଏ | ତେବେ ଭିଡିଓ କଲ ମାଧ୍ୟମରେ ମୃତ୍ୟୁ ଦଣ୍ଡ ଏହାକୁ ଆହୁରି ନିଷ୍ଠୁର ପ୍ରମାଣିତ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.