କମୁଛି ସିଙ୍ଗାପୁର ଜନସଂଖ୍ୟା, ୧୯୭୦ ପରେ ପ୍ରଥମ ଦ୍ରୁତ ହ୍ରାସ

Published By : Prameya-News7 Bureau | September 28, 2021 IST

ସିଙ୍ଗାପୁର: ଚଳିତବର୍ଷ ଜୁନ ମାସରେ ସିଙ୍ଗାପୁରର ମୋଟ ଜନସଂଖ୍ୟା ୪.୧ ପ୍ରତିଶତ ହ୍ରାସ ସହ ୫୦.୪୫ ଲକ୍ଷକୁ ପହଞ୍ଚିଯାଇଛି। ୧୯୭୦ ମସିହାରେ ଏଠାରେ ଜନସଂଖ୍ୟା ତଥ୍ୟ ସଂଗ୍ରହ ଆରମ୍ଭ ହୋଇଥିଲା। ସେବେଠାରୁ ଏ ପର୍ଯ୍ୟନ୍ତ ଜନସଂଖ୍ୟାରେ ଏହା ସବୁଠାରୁ ଦ୍ରୁତ ହ୍ରାସ ବୋଲି ବିଚାର କରାଯାଉଛି। ୧୯୫୯ରେ ସ୍ୱୟଂଶାସିତ ଏହି ଦେଶ ଯଦିଓ ୧୯୬୩ ମସିହାରେ ମାଲେସିଆ ସହ ମିଶି ଯାଇଥିଲା ତେବ ପରେ ସାର୍ବଭୌମ ଗଣତାନ୍ତ୍ରିକ ଦେଶରେ ପରିଣତ ହୋଇଛି।

{"id":519135,"width":839,"height":560,"sizeSlug":"full","linkDestination":"none"}
Singapore Street

କୁହାଯାଏ ଏହା ବିଶ୍ୱର ଦ୍ୱିତୀୟ ଘନ ଜନସଂଖ୍ୟାର ଦେଶ। ତେବେ ଅପ୍ରବାସୀ ନାଗରିକଙ୍କ ପଳାୟନ ଯୋଗୁ ଏବେ ଜନସଂଖ୍ୟା ହ୍ରାସର ସମ୍ମୁଖୀନ ହୋଇଛି। ୨୦୧୯ ମସିହା ପର୍ଯ୍ୟନ୍ତ ଦେଶରେ ପରିସ୍ଥିତି ଠିକଠାକ୍ ଥିଲା। କୋଭିଡ-୧୯ ମହାମାରୀର ପ୍ରସାର ରୋକିବା ଲାଗି ସରକାରଙ୍କ ଯାତାୟାତ କଟକଣା, ବିଦେଶୀ ଆୟ ହ୍ରାସ ଓ ଅନିଶ୍ଚିତତାର ବାତାବରଣ ଯୋଗୁ ଅପ୍ରବାସୀ ଲୋକେ ଫେରିଯିବା ଜନସଂଖ୍ୟାରେ ଦ୍ରୁତ ହ୍ରାସ ଦେଖା ଦେଇଛି।

{"id":519136,"width":840,"height":629,"sizeSlug":"full","linkDestination":"none"}

ନ୍ୟାସନାଲ ପପୁଲେସନ ଏଣ୍ଡ ଟାଲେଣ୍ଟ ଡିପାର୍ଟମେଣ୍ଟ ପକ୍ଷରୁ ଏ ନେଇ ଜାରି ସଂକ୍ଷିପ୍ତ ସୂଚନାରେ ସରକାର ୧୯୭୦ ମସିହାରେ ଜନସଂଖ୍ୟା ତଥ୍ୟ ସଂଗ୍ରହ କରିବା ପରଠାରୁ ସ୍ଥାୟୀ ବାସିନ୍ଦା (ପିଆର)ଙ୍କ ସଂଖ୍ୟା ବର୍ଷକୁ ବର୍ଷ ହ୍ରାସ ହୋଇଥିଲା। ତେବେ ପରେ ରୋଜଗାର ଉଦ୍ଦେଶ୍ୟରେ ବିଭିନ୍ନ ଦେଶରୁ ଲୋକଙ୍କ ଆଗମନ ଓ ଏଠାରେ ବସବାସ ଜନସଂଖ୍ୟା ବୃଦ୍ଧି କରିଥିଲା। ହେଲେ କୋଭିଡ-୧୯ରେ ସରକାରୀ କଟକଣା ଅପ୍ରବାସୀ ନାଗରିକଙ୍କ ଲାଗି ସମସ୍ୟା ସୃଷ୍ଟି କରିଥିଲା।

{"id":519137,"sizeSlug":"full","linkDestination":"none"}

ଏପରି ନାଗରିକ ଦେଶରେ ଅତି ବେଶିରେ ୧୨ ମାସ ପର୍ଯ୍ୟନ୍ତ ବସବାସ କରୁଥିଲେ। ପରେ ସ୍ୱଦେସ ଫେରିଯାଇ ବ୍ୟବସାୟ ବୃତ୍ତି ଲାଗି ଫେରୁଥିଲେ। ହେଲେ କୋଭିଡ ଯୋଗୁ ବାଣିଜ୍ୟ ବ୍ୟବସାୟ ଓ ବିଦେଶ  ସମ୍ପର୍କରେ ଦେଖା ଦେଇଥିବା ବ୍ୟବଧାନ ଏବେ ନାଗରିକଙ୍କ ସଂଖ୍ୟା ହ୍ରାସ କରିଛି ବୋଲି ଡିପାର୍ଟମେଣ୍ଟ ଆକଳନ କରୁଛନ୍ତି। ତେବେ ଚାନେଲ ନ୍ୟୁଜ ଏସିଆଙ୍କ ଆକଳନ ଅନୁସାରେ ନାଗରିକଙ୍କ ସଂଖ୍ୟାରେ ୦.୭ ପ୍ରତିଶତ ହ୍ରାସ ସହ ୩୫ ଲକ୍ଷକୁ ଖସି ଆସିଥିବା ବେଳେ ସ୍ଥାୟୀ ବାସିନ୍ଦାଙ୍କ ସଂଖ୍ୟାରେ ୬.୨ ପ୍ରତିଶତ ହ୍ରାସ ଯୋଗୁ ୪ ଲକ୍ଷ ୯୦ ହଜାରରେ ପହଞ୍ଚି ଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.