Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ସହଜରେ ହେବ ସଂକ୍ରମିତଙ୍କ ଚିହ୍ନଟ: ନିଜ ବାସିନ୍ଦାଙ୍କୁ ପକେଟ୍ ଆକାରର କରୋନା ଭାଇରସ୍ କଣ୍ଟାକ୍ଟ-ଟ୍ରାସିଂ ଡିଭାଇସ୍ ଯୋଗାଇ ଦେଉଛି ସିଙ୍ଗାପୁର

15/09/2020 at 9:31 PM

ସିଙ୍ଗାପୁର ୧୫।୦୯: କରୋନା ଭାଇରସ ସଂକ୍ରମଣ କବଳରୁ ଦୁନିଆ ମୁକୁଳିପାରିନାହିଁ। କରୋନା ସମଗ୍ର ବିଶ୍ଵର ଅର୍ଥବ୍ୟବସ୍ଥାକୁ ଭାଙ୍ଗି ସାରିଛି। ସେପଟେ ଭ୍ୟାକସିନ ପାଇଁ ବିଶ୍ଵର ଅନେକ ଦେଶ ପୂରା ଦମରେ ଲାଗି  ପଡିଛନ୍ତି। ଏହା ମଧ୍ୟରେ ସିଙ୍ଗାପୁର ସୋମବାର ସଂକ୍ରମିତଙ୍କୁ ସହଜରେ ଚିହ୍ନଟ ପାଇଁ ନିଜ ବାସିନ୍ଦାଙ୍କୁ ପକେଟ ଆକାରର କରୋନାଭାଇରସ୍ କଣ୍ଟାକ୍ଟ-ଟ୍ରାସିଂ ଉପକରଣ ଯୋଗାଇବା କରିବା ଆରମ୍ଭ କରିଛି। ଏହା ଜରିଆରେ ସହଜରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ସହିତ ସହର-ରାଜ୍ୟକୁ ଆର୍ଥିକ ଗତିବିଧି  ସୁରକ୍ଷିତ ଭାବରେ ଖୋଲିବାରେ ସାହାଯ୍ୟ କରିବ।

କଣ୍ଟାକ୍ଟ-ଟ୍ରାସିଂ ଉପକରଣ ସରକାର ଦ୍ଵାରା ନିକଟରେ ଜାରି ସ୍ମାର୍ଟଫୋନ ଆପ୍ ପରି ରହିଛି। ବକ୍ସ ଆକୃତିର ଟୋକନ ପାସ ଉପକରଣକୁ ରେକର୍ଡ କରିବା ଓ ବ୍ୟବହାରକାରୀଙ୍କ ତଥ୍ୟ ସୁରକ୍ଷିତ କରିବା ପାଇଁ ବ୍ଲୁଟୁଥ ସିଗ୍ନାଲର ଉପଯୋଗ କରାଯାଏ।

ଯଦି ଏହାକୁ ଉପଯୋଗ କରୁଥିବା ବ୍ୟକ୍ତି କୋଭିଡ୍-୧୯ ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ଡିଭାଇସଗୁଡିକୁ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ପଡିବ, ଯଦ୍ଵାରା ସେଥିରୁ ତଥ୍ୟ କାଢି ସେମାନେ କେଉଁ କେଉଁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ଜାଣି ହେବ।

ସରକାର ଟୋକନର ସାର୍ବଜନୀନ ବିତରଣ ପାଇଁ ଯୋଜନା କରୁଛନ୍ତି। ଏଥିରେ ବୃଦ୍ଧ ବାସିନ୍ଦାଙ୍କୁ ପ୍ରାଥମିକତା ଦିଆଯାଉଛି। କାରଣ ସେମାନଙ୍କ ପାଖରେ ସେତେଟା ସ୍ମାର୍ଟଫୋନ ନଥାଏ ଏବଂ ସେମାନେ କରୋନା ସଂକ୍ରମଣ ହେବାର ବିପଦ ଅଧିକ ରହିଥାଏ।

ଅଧିକାରୀଙ୍କ ଅନୁଯାୟୀ ଏହି କଣ୍ଟାକ୍ଟ-ଟ୍ରେସିଂ ଆପକୁ ପ୍ରାୟ ୪୦ ପ୍ରତିଶତ ବାସିନ୍ଦା ଅପଲୋଡ କରି ସାରିଲେଣି। କିନ୍ତ ସେମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷ କରି  ଏପଲ ଡିଭାଇସରେ ଏହି ଅସୁବିଧା ଅଧିକ ଦେଖିବାକୁ ପଡୁଛି, କାରଣ ଏହାର ଅପରେଟିଂ ସିଷ୍ଟମ ବ୍ୟାକଗ୍ରାଉଣ୍ଡରେ ଆପ୍‌ ଚାଲିବାରୁ ବ୍ଲୁଟ୍ୟୁଥ୍ ସ୍କାନିଂକୁ ରୋକି ଦେଉଛି।

   Related Posts