ଦୀପାବଳିରେ କରନ୍ତୁ ସିନ୍ଦୁର ଓ ସୋରିଷ ତେଲର ଏହି ଉପାୟ: କୋପଦୃଷ୍ଟିରୁ କରିବ ସୁରକ୍ଷା

Published By : Prameya-News7 Bureau | October 31, 2021 IST

ଭୁବନେଶ୍ୱର ୩୧/୧୦ : ଦୀପାବଳିରେ ସିନ୍ଦୁର ଏବଂ ସୋରିଷ ବ୍ୟବହାର କରି ଅନେକ ପ୍ରକାରର ଅସୁବିଧାକୁ ଦୁରେଇ ହେବ । ହିନ୍ଦୁ ଧର୍ମ ଶାସ୍ତ୍ରରେ ସିନ୍ଦୁର ଓ ସୋରିଷ ତେଲର ମହତ୍ତ୍ୱ ବର୍ଣନା କରାଯାଇଛି । ଦୀପାବଳିରେ ସିନ୍ଦୁର ଓ ତେଲ ବ୍ୟବହାର କରି ଘରର ବାସ୍ତୁ ଦୋଷ ମଧ୍ୟ ଦୂର କରିହେବ । ଏହାସହ ମା ଲକ୍ଷ୍ମୀ, ପ୍ରଭୁ ହନୁମାନ ଓ ଶନି ଦେବଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ ।

ଦୀପାବଳିରେ ଘରର ମୁଖ୍ୟ ଦ୍ୱାରରେ ସୋରିଷ ତେଲ ଏବଂ ସିନ୍ଦୁର ତିଳକ ଲଗାଇଲେ ଘରର ବାସ୍ତୁଦୋଷ ଦୂର ହୋଇଥାଏ । ଏହା କରିବା ଦ୍ୱାରା ଖରାପ ନଜର ମଧ୍ୟ ଦୁର ହୋଇଥାଏ । ଘରେ ଏହାଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ପାଏ । ବିଶ୍ୱାସ କରାଯାଏ ଦୀପାବଳି ଦିନ ସିନ୍ଦୁର ଓ ସୋରିଷ ତେଲ ସହିତ କବାଟରେ ତିଳକ ଲଗାଇଲେ ଲକ୍ଷ୍ମୀ ମା ଖୁସି ହୋଇ ତାଙ୍କ କରୁଣାଦୃଷ୍ଚି ପକାନ୍ତି। ଏହାଦ୍ୱାରା ସଙ୍କଟ ମୋଚକ ହନୁମାନ ଓ ଶନିଦେବ ମଧ୍ୟ ପ୍ରଶନ୍ନ ହୁଅନ୍ତି ।

{"id":536369,"width":627,"height":352,"sizeSlug":"full","linkDestination":"none"}

ଶାସ୍ତ୍ରରେ ସିନ୍ଦୁର ମହତ୍ତ୍ୱ ଦର୍ଶାଯାଇଛି । ବିବାହିତା ନାରୀମାନେ ଏହାକୁ ନିଜ କପାଳରେ ଲଗାନ୍ତି । ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ ଓ ସଫଳତା ପାଇଁ ନିଜ ମୁଣ୍ଡରେ ପିନ୍ଧନ୍ତି | ବୈଜ୍ଞାନିକ ଦୃଷ୍ଟିକୋଣରୁ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ସହ ସିନ୍ଦୁର ମଧ୍ୟ ଜଡି଼ତ । ଦୀପାବଳିରେ ସୋରିଷ ତେଲ ସହିତ ସିନ୍ଦୁର ମିଶାଇ ଘରର ମୁ୍ଖ୍ୟ ଦ୍ୱାର କବାଟରେ ଲଗାଇଲେ ଘରର ସଦସ୍ୟମାନଙ୍କର ଉନ୍ନତି ହୁଏ । ଘରପ୍ରତି ଆସୁଥିବା ଅସୁବିଧା ଦୂର ହୋଇଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.